ସମ୍ବଲପୁର ଟାଉନ୍ ଥାନାର ଫାଟକ ଭାଙ୍ଗି ଧସେଇ ପଶିଲେ ବିଜେପି କର୍ମୀ, ଘଟଣାସ୍ଥଳରେ ଉତ୍ତେଜନା

ସମ୍ବଲପୁର ଟାଉନ୍ ଥାନାର ଫାଟକ ଭାଙ୍ଗି ଧସେଇ ପଶିଲେ ବିଜେପି କର୍ମୀ, ଘଟଣାସ୍ଥଳରେ ଉତ୍ତେଜନା

ସମ୍ବଲପୁର: ଚାଷୀ ସମସ୍ୟା ନେଇ ସମ୍ବଲପୁରରେ ଆନ୍ଦୋଳନ ପରେ ଗତକାଲି ଗିରଫ ହୋଇଥିବା ବିଜେପି ନେତାମାନେ ଟାଉନ ଥାନାରେ ରାତି କାଟିଛନ୍ତି। ଏଣେ ଆଜି ସକାଳେ ଶହଶହ ବିଜେପି କର୍ମୀ ସମ୍ବଲପୁର ଟାଉନ୍ ଥାନାର ଫାଟକ ଭାଙ୍ଗି ଧସେଇ ପଶିବାରୁ ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଛି। ମହିଳା ବିଜେପି କର୍ମୀ ଢେଲା ପଥର ମାଡ଼ କରିଛନ୍ତି। ଅପରପକ୍ଷରେ କର୍ମୀମାନଙ୍କୁ ଶାନ୍ତ କରିବା ଲାଗି ବିଜେପି ନେତୃବୃନ୍ଦ ବୁଝାଇଛନ୍ତି।

publive-imageସୂଚନାଯୋଗ୍ୟ, ଆର୍ଡିସି ସେମାନଙ୍କୁ ନଭେଟିବା ଓ ଦାବିପତ୍ର ଗ୍ରହଣ ନକରିବା ପ୍ରତିବାଦରେ ଗିରଫ ହୋଇ ଆସିଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ବିଜେପି ସହ ପ୍ରଭାରୀ ତଥା ରାଜ୍ୟସଭା ସାଂସଦ ବିଜୟପାଲ୍ ସିଂହ ତୋମାର, ବରଗଡ଼ ସାଂସଦ ସୁରେଶ ପୂଜାରୀ ଏବଂ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ସମେତ ବିଜେପି ନେତୃବୃନ୍ଦଙ୍କ ସହ ବହୁ ନେତା ଓ କର୍ମୀ ସମ୍ବଲପୁର ଟାଉନ୍ ଥାନାରେ ଧାରଣାରେ ବସି ରହିଥିଲେ। ଆର୍ଡିସି ଆସି ଆଲୋଚନା ନ କରିବା ପର୍ଯ୍ୟନ୍ତ ସେମାନେ ସେଠାରୁ ଉଠିବେ ନାହିଁ ବୋଲି ଜିଦ୍ ଧରିଥିଲେ। ରାତି ପର୍ଯ୍ୟନ୍ତ ସେମାନେ ବସି ରହିଥିଲେ।

publive-image

କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଆସିଥିବା ରାଜ୍ୟସଭା ସାଂସଦ ବିଜୟପାଲ୍ ସିଂହ ତୋମାର ରାତିରେ ଥାନା ପରିସରରେ ସାମ୍ବାଦିକ ସମ୍ମିଳନୀ ଡାକି କହିଲେ ଯେ ଏତେ ବଡ଼ ସମାବେଶ ସତ୍ତ୍ବେ କୌଣସି ସରକାରୀ ଅଧିକାରୀ ଆମ ପ୍ରତିନିଧିଙ୍କୁ ନ ଭେଟିବା ସରକାରଙ୍କ ଅହଂକାରର ପରିଚୟ ଦିଏ । ତେବେ ରାଜ୍ୟ ସରକାରଙ୍କ ଏକଚାଟିଆ ନୀତିରେ ବିଜେପି ଦବି ଯିବନାହିଁ। ମଣ୍ଡିରୁ ଚାଷୀଙ୍କ ଶେଷ ମୁଠା ଧାନ ନ ଉଠିବା ଯାଏ ଆମ ଆନ୍ଦୋଳନ ଜାରି ରହିବ ବୋଲି ସେ ଘୋଷଣା କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe