ବିଜେଡିରେ ଯୋଗ ଦେଲେ ବିଜେପି ରାଷ୍ଟ୍ରୀୟ ପରିଷଦ ସଦସ୍ୟ

Advertisment
ବିଜେଡିରେ ଯୋଗ ଦେଲେ ବିଜେପି ରାଷ୍ଟ୍ରୀୟ ପରିଷଦ ସଦସ୍ୟ

ଭୁବନେଶ୍ବର : ବିଜେପି ରାଷ୍ଟ୍ରୀୟ ପରିଷଦ ସଦସ୍ୟ ତଥା ରାଜ୍ୟ ଅନୁସୂଚିତ ଜାତି ‌େମାର୍ଚ୍ଚା ଉପସଭାପତି ଶରତ ଦାସଙ୍କ ନେତୃତ୍ବରେ ଭଦ୍ରକ ସଂସଦୀୟ କ୍ଷେତ୍ରରୁ ବହୁ ବିଜେପି କର୍ମୀ ଆଜି ବିଜେଡିରେ ଯୋଗ ଦେଇଛନ୍ତି। ନବୀନ ନିବାସରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶ୍ରୀ ଦାସଙ୍କ ସହ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଜୟଦେବ ବାରିକ, ଭଦ୍ରକ ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ପ୍ରଦୀପ ମହାନ୍ତି ପ୍ରମୁଖ ବିଜେଡିରେ ସାମିଲ ହୋଇଥିଲେ। ସମସ୍ତ ବିଜେପି କର୍ମୀଙ୍କୁ ଶ୍ରୀ ପଟ୍ଟନାୟକ ସ୍ବାଗତ କରି କହିଥିଲେ, ଶରତ ଜଣେ ଭଲ ସଂଗଠକ। ସେ ତାଙ୍କର ସମର୍ଥକଙ୍କ ସହ ଆଜି ବିଜେଡିରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି। ଏହି ଯୋଗଦାନ ଭଦ୍ରକ ଜିଲ୍ଲାରେ ବିଜେଡିର ଶକ୍ତି ବୃଦ୍ଧି ହେବାରେ ସହାୟକ ହେବ।

ଏହି ଅବସରରେ ଶ୍ରୀ ଦାସ କହିଥିଲେ, ବର୍ତ୍ତମାନ ବିଜେପି ତା’ର ନୀତି ଓ ଆଦର୍ଶକୁ ଭୁଲି ଗଲାଣି। ବିଜେପିର ବଡ଼ ବଡ଼ ନେତାଙ୍କ ପକେଟ୍‌ରେ ଦଳ ରହିଛି। ଭୋଟର୍‌ମାନେ ବିଜେପିକୁ ପ୍ରତ୍ୟାଖ୍ୟାନ କରିସାରିଲେଣି। ଅନ୍ୟ ପଟେ ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ଶାସନ ଓ ଗରିବ କଲ୍ୟାଣ ଯୋଜନା ଯୋଗୁ ବହୁ ଜନସାଧାରଣ ଉପକୃତ ହୋଇପାରିଛନ୍ତି ବୋଲି ସେ କହିଥିଲେ। ଏହି ମିଶ୍ରଣ କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଜେଡି ସଭାପତିଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାସଙ୍କ ସମେତ ବହୁ ନେତୃମଣ୍ଡଳୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe