ଭଟଲି ଗୁଳିକାଣ୍ଡ ମାମଲା: ବିଜେପି ଯୁବମୋର୍ଚ୍ଚା ସଂପାଦକ ଗିରଫ

ଭଟଲି ଗୁଳିକାଣ୍ଡ ମାମଲା: ବିଜେପି ଯୁବମୋର୍ଚ୍ଚା ସଂପାଦକ ଗିରଫ

ବରଗଡ଼ ଭଟଲି ଗୁଳିକାଣ୍ଡ ଘଟଣା ମାମଲାରେ ବରଗଡ଼ ପୁଲିସ୍‌ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଂପାଦକ ଇରାଶିଷ ଆଚାର୍ଯ୍ୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସ୍ଥାନୀୟ ଏସ୍‌ଡିଜେଏମ୍‌ କୋର୍ଟରେ ଜାମିନ ନାମଂଜୁର ହେବାରୁ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି।

ଗତ ଜୁନ ୧ ତାରିଖ ରାତିରେ ଭଟଲି ବିଜେପି ଅଫିସରେ ଗୁଳିମାଡ଼ରେ ସୋହେଲା ନିବାସୀ ବୁଲୁ ସତନାମୀ (୧୮)ଙ୍କ ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରୁ ପୁଲିସ ଏକ ଦେଶୀ ବନ୍ଧୁକ ଓ ଖୋକା ଜବତ କରିଥିଲା। ସେତେବେଳେ ଭଟଲି ପୁଲିସ ଆଇପିସି ୩୦୨, ୧୧୪, ୩୪ରେ ନଂ ୭୭/୧୮ ରେ ଏକ ମାମଲା ରୁଜୁ କରିଥିଲା। ଏହି ଘଟଣାରେ ପୂର୍ବରୁ ୨ ଯୁବକ ବାବୁଲୁ ନାଗ ଓ ପ୍ରମୋଦ ପୋଢ଼ଙ୍କୁ ଗିରଫ କରାଯାଇଥିଲା। ପ୍ରମୋଦ ଓ ଅନ୍ୟାନ୍ୟଙ୍କ ବୟାନକୁ ଭିତ୍ତି କରି ତାଙ୍କୁ ଗିରଫ କରାଯାଇଥିବା ବୋଲି ପୁଲିସ୍‌ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe