ମମିତା ମେହେରଙ୍କ ଘରେ ବିଜେପିର ଉଚ୍ଚ ପ୍ରତିନିଧି ଦଳ: ପରିବାରବର୍ଗଙ୍କ ସହ ଆଲୋଚନା

Advertisment
ମମିତା ମେହେରଙ୍କ ଘରେ ବିଜେପିର ଉଚ୍ଚ ପ୍ରତିନିଧି ଦଳ: ପରିବାରବର୍ଗଙ୍କ ସହ ଆଲୋଚନା

କଣ୍ଟାବାଞ୍ଜି: ବିଜେପିର ୧୫ ଜଣିଆ ଉଚ୍ଚ ପ୍ରତିନିଧି ଦଳ ଆଜି ବଲାଙ୍ଗୀର ଜିଲ୍ଲାର ଝରଣୀ ଗାଁରେ ମମିତା ମେହେରଙ୍କ ଘରେ ପହଞ୍ଚିଛନ୍ତି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏହି ଉଚ୍ଚ ପ୍ରତିନିଧି ଦଳ ମୃତ ସନସାଇନ ପବ୍ଲିକ୍ ସ୍କୁଲ୍ ଅଧ୍ୟକ୍ଷା ମମିତା ମେହେରଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

publive-imageଏହି ପ୍ରତିନିଧି ଦଳରେ ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ, ବରିଷ୍ଠ ବିଜେପି ନେତା କନକବର୍ଦ୍ଧନ ସିଂହଦେଓ, ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର, ବରିଷ୍ଠ ଆଇନଜୀବୀ ତଥା ଦଳର ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଓ ବିଧାୟକ ଦଳର ମୁଖ୍ୟ ସଚେତକ ମୋହନ ମାଝୀ, ବିଧାୟକ ମୁକେଶ ମହାଲିଙ୍ଗ ରାଜ୍ୟ ସାଧାରଣ ସମ୍ପାଦକ ରବି ନାୟକ, ରାଜ୍ୟ ସମ୍ପାଦକ କାଳିନ୍ଦୀ ସାମଲ, ଯତୀନ ମହାନ୍ତି ଓ ଟଙ୍କଧର ତ୍ରିପାଠୀ ପ୍ରମୁଖ ମମତାଙ୍କ ବାପାଙ୍କ ସହ ଆଲୋଚନା କରିଛନ୍ତି। ଏହାପରେ ଏହି ଉଚ୍ଚ ପ୍ରତିନିଧି ଦଳ ମହଲିଙ୍ଗକୁ ଯାଇ ଘଟଣାସ୍ଥଳର ନିରୀକ୍ଷଣ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe