ଆକ୍ଷେପ କରିବା ପୂର୍ବରୁ ଜୟରାମ ଦର୍ପଣରେ ନିଜ ଚେହେରା ଦେଖନ୍ତୁ: ବିଜେପି

ରାଜ୍ୟରେ କଂଗ୍ରେସ ଦଳ ବିଜେଡିର ‘ବି-ଟିମ୍‌’ ସାଜି କ୍ଷମତା ଉପଭୋଗ କରୁଛି

ରାଜ୍ୟ ସରକାର ନିଜ ଅବହେଳାରୁ କେନ୍ଦ୍ରୀୟ ଅନୁଦାନ ହରାଇବା ପରିସ୍ଥିତି ସୃଷ୍ଟି କରୁଛନ୍ତି : ମୋହନ ମାଝୀ

Facebook

ଭୁବନେଶ୍ୱର : ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୟରାମ ରମେଶ ଓଡ଼ିଶା ଗସ୍ତରେ ଆସିଥିବା ବେଳେ କେନ୍ଦ୍ର ସରକାରଙ୍କ ଦୋଷ ଦୁର୍ବଳତାକୁ ନେଇ ଖୁବ୍‌ ବର୍ଷିଛନ୍ତି। ଏହାସହ କହିଛନ୍ତି ଯେ ମୋଦୀ, ଆର୍‌ଏସ୍‌ଏସ୍‌ ଓ ବିଜେପିର ଜନବିରୋଧୀ ନୀତି ପାଇଁ ଭାରତ ଆଜି ରସାତଳଗାମୀ ହୋଇପଡ଼ିଛି। ଏହା ଉପରେ ଜବାବ୍ ରଖି ବିଜେପି ନେତା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଛନ୍ତି ଯେ ଜୟରାମ ବିଜେପିକୁ ଆକ୍ଷେପ କରିବା ପୂର୍ବରୁ ଦର୍ପଣରେ ନିଜ ଚେହେରା ଦେଖିବା ଉଚିତ୍।

ଅତୀତର କୁକର୍ମ ପାଇଁ ରାଷ୍ଟ୍ରୀୟ ସ୍ତରରେ କଂଗ୍ରେସ ଦଳର ସ୍ଥିତି ଦିନକୁ ଦିନ ରସାତଳଗାମୀ ହେବାରେ ଲାଗିଛି। ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ନେତୃତ୍ୱ, ବଳିଷ୍ଠ ବ୍ୟକ୍ତିତ୍ୱ ଓ ଲୋକାଭିମୁଖୀ ଯୋଜନା ଯୋଗୁଁ କଂଗ୍ରେସର ହାଇକମାଣ୍ଡଙ୍କଠାରୁ ତୃଣମୂଳ ସ୍ତରର ନେତାମାନେ ଅସହିଷ୍ଣୁ ହୋଇପଡ଼ିଛନ୍ତି। ୨୦୧୪ରେ ମୋଦୀ ସରକାର କ୍ଷମତାକୁ ଆସିବା ପରେ ଦେଶ ଓ ବିଦେଶରେ ନିଜର ଆଧିପତ୍ୟ ବିସ୍ତାର କରିବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସହଜେ ହଜମ ନକରିପାରି ବାଉଳା ଚାଉଳା ହେଉଛନ୍ତି। କଂଗ୍ରେସ ‘ଭାରତ ଯୋଡ’ ଯାତ୍ରା ଆରମ୍ଭ କଲାବେଳକୁ ଗୋଟିଏ ଗୋଟିଏ ରାଜ୍ୟରେ ଦଳ ଛିଡ଼ିପଡୁଛି। ଦୁଇଦିନ ତଳେ ଗୋଆରେ କଂଗ୍ରେସ ଛାଡ଼ିଥିବା ବିଧାୟକଙ୍କ ଘଟଣା ହେଉଛି କଂଗ୍ରେସ ଦଳର ବାସ୍ତବ ସ୍ଥିତି। ଏପରିକି ଓଡ଼ିଶାରେ ମଧ୍ୟ ନିଜ ସ୍ଥିତି ବଜାୟ ରଖିବା ପାଇଁ କଂଗ୍ରେସ ଦଳ ସଂଗ୍ରାମ ଜାରି ରଖିଛି। ରାଜ୍ୟରେ କଂଗ୍ରେସ ଶାସକ ବିଜେଡିର ବି-ଟିମ୍ ସାଜି କ୍ଷମତା ଉପଭୋଗ କରୁଛି । ଓଡ଼ିଶା କଂଗ୍ରେସର ଶୀର୍ଷ ନେତୃତ୍ୱ ଆଜି ଶାସକ ଦଳ ବିଜେଡି ପାଖରେ ବନ୍ଧା ପଡ଼ିଛନ୍ତି। ତତ୍କାଳୀନ ବିରୋଧୀ ଦଳ ନେତା ତଥା ବର୍ତମାନର ବିଜେଡି ବିଧାୟକ ଭୁପିନ୍ଦର ସିଂହଙ୍କ କଥା କାହାକୁ ଅଛପା ନାହିଁ ବୋଲି ଶ୍ରୀ ମାଝୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe