ମଣ୍ଡି ସମସ୍ୟା ନେଇ ବିଜେପିର ଦାବିପତ୍ର

Advertisment
ମଣ୍ଡି ସମସ୍ୟା ନେଇ ବିଜେପିର ଦାବିପତ୍ର

ବୌଦ୍ଧ: ବୌଦ୍ଧ ଜିଲ୍ଲା ବିଜେପି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୨ ଦଫା ସମ୍ବିଳିତ ଦାବିପତ୍ର ଉପଜିଲ୍ଲାପାଳ ରବୀନ୍ଦ୍ରନାଥ କହଁରଙ୍କୁ ପ୍ରଦାନ କରିଛି। ରାଜ୍ୟ ସରକାର ମଣ୍ଡି ଖୋଲିବାରେ ବିଳମ୍ବ କରି ଦଲାଲମାନଙ୍କୁ କମ ଦରରେ ଧାନ ବିକ୍ରୟ କରିବାକୁ ବାଧ୍ୟ କରୁଛନ୍ତି, କୃଷକ ପଞ୍ଜୀକରଣରେ ହୋଇଥିବା ଅନିୟମିତତା ବନ୍ଦ କରିବା, ଟୋକନ୍ ନାଁରେ ସରକାରୀ ପ୍ରଯୋଜିତ ଭ୍ରଷ୍ଟାଚାର ଓ ଚାଷୀ ମାରଣ ବନ୍ଦ କରିବା, କଟ୍‌ନି ଛଟ୍‌ନିକୁ ବେଆଇନ ଘୋଷଣା, ଧାନ କୁଇଣ୍ଟାଲ ପ୍ରତି ୨୦୪୦ ଟଙ୍କାର ସର୍ବନିମ୍ନ ସହାୟକ ମୂଲ୍ୟକୁ ସୁନିଶ୍ଚିତ କରିବା ସହ ମୁଖ୍ୟମନ୍ତ୍ରୀ ୨୦୧୬ରେ ଘୋଷଣା କରିଥିବା କୁଇଣ୍ଟାଲ ପିଛା ୧୦୦ ଟଙ୍କା ବୋନସ ପ୍ରଦାନ, ବସ୍ତା, ସୁତୁଲି ପଇସା ଚାଷୀଙ୍କୁ ପ୍ରଦାନ, ମିଲର ପ୍ରୀତିକୁ ରାଜ୍ୟ ସରକାର ତୁରନ୍ତ ବନ୍ଦ କରି କେନ୍ଦ୍ର ସରକାର ଦେଉଥିବା ସମସ୍ତ ସୁବିଧା ମଣ୍ଡିରେ ଉପଲବ୍ଧ କରିବା ଆଦି ଦାବିପତ୍ରରେ ଉଲ୍ଲେଖ ରହିଛି।

ଦାବି ପୂରଣ ‌ନହେଲେ ଆଗାମୀ ଦିନରେ ପ୍ରତି ମଣ୍ଡିରେ ଆନ୍ଦୋଳନ କରିବାକୁ ଦଳ ଚେତାବନୀ ଦେଇଛି। ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତିଙ୍କ ନେତୃତ୍ବରେ ଦାବିପତ୍ର ପ୍ରଦାନ ବେଳେ କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକ ମନୋରଞ୍ଜନ ଦାଶ, ଜିଲ୍ଲା ଉପସଭାପତି ନମିତା ରାଣୀ ଦାଶ, ତାପସ ପଟ୍ଟନାୟକ, ପ୍ରେମାନନ୍ଦ ମିଶ୍ରଙ୍କ ସହ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe