ବିଜେପି ପକ୍ଷରୁ ୮ଘଣ୍ଟିଆ ବରଗଡ଼ ବନ୍ଦ ପାଳନ: ଦୋକାନବଜାର ଓ ଗାଡ଼ି ଚଳାଚଳ ବନ୍ଦ

Advertisment

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ସିବିଆଇ ତଦନ୍ତ ଦାବି ଏବଂ ଗୋବିନ୍ଦ କୁମ୍ଭାରଙ୍କ ହାଜତ ମୃତ୍ୟୁ ଘଟଣା ନେଇ ବନ୍ଦ ଡାକରା ଡାକରା

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ସିବିଆଇ ତଦନ୍ତ ଦାବି ଏବଂ ଗୋବିନ୍ଦ କୁମ୍ଭାରଙ୍କ ହାଜତ ମୃତ୍ୟୁ ଘଟଣା ନେଇ ବନ୍ଦ ଡାକରା ଡାକରା

ବିଜେପି ପକ୍ଷରୁ ୮ଘଣ୍ଟିଆ ବରଗଡ଼ ବନ୍ଦ ପାଳନ: ଦୋକାନବଜାର ଓ ଗାଡ଼ି ଚଳାଚଳ ବନ୍ଦ

ବରଗଡ଼: କଳାହାଣ୍ଡି ଜିଲ୍ଲାର ମହାଲିଙ୍ଗସ୍ଥିତ ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡର ତାତି ବରଗଡ଼ରେ ଦେଖିବାକୁ ମିଳିଛି। ଏହି ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ସିବିଆଇ ତଦନ୍ତ ଏବଂ ମମିତାଙ୍କ ପରିବାରକୁ ନ୍ୟାୟ ଦାବିରେ ବିଜେପି ପକ୍ଷରୁ ଆଜି ୮ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ସକାଳ ୬ ଟାରୁ ୨ଟା ଯାଏଁ ବରଗଡ଼ ବନ୍ଦ ପାଳନ ହେଉଛି। ବରଗଡ଼ରେ ତୋରାର ଗୋବିନ୍ଦ କୁମ୍ଭାରଙ୍କ ହାଜତ ମୃତ୍ୟୁ ଘଟଣା ନେଇ ବିଜେପି ଏହି ବନ୍ଦ ଡାକରା ଦେଇଛି।

ଆଜି ସକାଳୁ ବିଜେପି ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀଙ୍କ ତେତୃତ୍ୱରେ ରବିନାରାୟଣ ଦାଶ ଓ କିଶୋର ମିଶ୍ରଙ୍କ ସମେତ ଅଧିକାଂଶ ନେତା ଓ କର୍ମୀମାନେ ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ପିକେଟିଂ କରୁଥିବାର ଦେଖିବାକୁ ମିଳିଛି। ଆଜି ବନ୍ଦର ପ୍ରଭାବ ବରଗଡ଼ରେ ଦେଖିବାକୁ ମିଳିଛି। ସହରରେ ଦୋକାନବଜାର ଓ ଗାଡ଼ି ଚଳାଚଳ ବନ୍ଦ ରହିଛି। ସରକାରୀ ଓ ବେସରକାରୀ ଅଫିସ୍ ଏବଂ ସ୍କୁଲ କଲେଜ ବନ୍ଦ ଥିବାର ସୂଚନା ମିଳିଛି।

ସୂଚନାଯୋଗ୍ୟ, ମମିତା ହତ୍ୟାକାଣ୍ଡର ପ୍ରତିବାଦ ଏବଂ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବିରେ ଗତ ମଙ୍ଗଳବାର ବରଗଡ଼ ଜିଲ୍ଲାର ବରପାଲିରେ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ଯାଏ ବନ୍ଦ ପାଳନ କରାଯାଇଥିଲା। ସହରର ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିଲା। ଏହି ଅବସରରେ ଭୁଲିଆ ସମାଜ କଲ୍ୟାଣ ମଣ୍ତପଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ସହ ଗୋବିନ୍ଦ ସାହୁର କୁଶପୁତ୍ତଳିକା ଦାହ କରାଯାଇଥିଲା। କଲ୍ୟାଣ ମଣ୍ତପଠାରୁ ଏକ ଶୋଭାଯାତ୍ରା ବାହାରି ତହସିଲ ଅଫିସ୍‌ ପହଞ୍ଚିଥିଲା। ସେଠାରେ ହତ୍ୟାକାଣ୍ଡରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ‌ରେ ଭୁଲିଆ ସମାଜ ସଭାପତି ମହେନ୍ଦ୍ର ମେହେରଙ୍କ ନେତୃତ୍ବରେ ଦାବିପତ୍ର ପ୍ରଦାନ କରାଯାଇଥିଲା।
ସେହିପରି ମମିତାଙ୍କ ଅପହରଣ ଓ ହତ୍ୟାକାଣ୍ତର ପ୍ରକୃତ ତଥ୍ୟ ଏବଂ ଅଭିଯୁକ୍ତଙ୍କ ବିଷୟରେ ପୁଲିସ୍‌ କିମ୍ବା ସରକାର ସ୍ପଷ୍ଟୀକରଣ ଦେଇପାରିନାହାନ୍ତି ବୋଲି ବିଜେପି ଅଭିଯୋଗ କରିଛି। ମମିତାଙ୍କ ପରିବାରକୁ ଉଚିତ ନ୍ୟାୟ ଦେବାକୁ ଦଳ ଦାବି କରିଛି। ମମିତାଙ୍କ ପରିବାରକୁ ୨କୋଟି ଟଙ୍କାର ସହାୟତା, ଗୋବିନ୍ଦ ସାହୁର ସଂପତ୍ତି ବାଜ୍ୟାପ୍ତ କରି ଅଧା ପୀଡ଼ିତାଙ୍କ ପରିବାରକୁ ଦେବା, ମମିତାଙ୍କ ଭାଇଙ୍କୁ ସରକାରୀ ଚାକିରି, ହତ୍ୟାକାଣ୍ଡର ଅସଲ ତଥ୍ୟ ଉନ୍ମୋଚନ ପାଇଁ ଉଚ୍ଚସ୍ତରୀୟ ତଦନ୍ତ ଏବଂ ମାମଲାରେ ଜଡ଼ିତ ରାଜନେତାଙ୍କୁ ଦଳରୁ ବହିଷ୍କାର କରିବାକୁ ଦଳ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାର ଅକ୍ଷୟ ବାଗଙ୍କୁ ଦାବିପତ୍ର ପ୍ରଦାନ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe