ଭୁବନେଶ୍ବର : ୨୦୨୪ ପାଇଁ ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ପ୍ରସ୍ତୁତ ଦୁଇ ସୂତ୍ରୀ କାର୍ଯ୍ୟକ୍ରମକୁ ତୃଣମୂଳସ୍ତରରେ ପହଞ୍ଚାଇବା ଲକ୍ଷ୍ୟରେ ଏବଂ ରାଜ୍ୟର ସାମ୍ପ୍ରତିକ ଓ ସାମାଜିକ ପ୍ରସଙ୍ଗକୁ ନେଇ ଆଜି ସମସ୍ତ ସାଙ୍ଗଠନିକ ଜିଲ୍ଲାରେ ଏକକାଳୀନ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ବିଜେଡିର ଅପାରଗ, ଭ୍ରଷ୍ଟାଚାର ଓ ଗରିବ ବିରୋଧୀ କାର୍ଯ୍ୟକ୍ରମ ବିରୋଧରେ ତୃଣମୂଳ ସ୍ତରରେ ରାଜନୈତିକ ଲଢ଼େଇ କରିବା ସହ କେନ୍ଦ୍ରର ମୋଦୀ ସରକାର ଓଡ଼ିଶା ପାଇଁ ଦେଉଥିବା ସମସ୍ତ କେନ୍ଦ୍ରୀୟ ଯୋଜନାର ଲାଭ କିଭଳି ଓଡ଼ିଶା ଲୋକ ପାଇବେ ସେନେଇ ସର୍ବସାଧାରଣଙ୍କୁ ଅବଗତ କରାଇବାକୁ ଆଜିର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି ହୋଇଛି। ଆଜିର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟରୁ ଯାଇଥିବା ପର୍ଯ୍ୟବେକ୍ଷକମାନେ ଯୋଗ ଦେଇଥିଲେ। ରାଜ୍ୟ ସଭାପତି ସମୀର ମହାନ୍ତି ମୟୁରଭଞ୍ଜର (ରାଇରଙ୍ଗପୁର ସାଂଗଠନିକ ଜିଲ୍ଲା), ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ ମହାନ୍ତି କୋରାପୁଟରେ ଯୋଗଦେଇଥିବାବେଳେ ଅନ୍ୟ ରାଜ୍ୟ ପଦାଧିକାରୀ ଓ ବରିଷ୍ଠ ନେତୃବୃନ୍ଦ ଅନ୍ୟ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us