ଚାଷୀ ଆନ୍ଦୋଳନକୁ ଓହ୍ଲାଇଲା ବିଜେପି କୃଷକ ମୋର୍ଚ୍ଚା

Advertisment
ଚାଷୀ ଆନ୍ଦୋଳନକୁ ଓହ୍ଲାଇଲା ବିଜେପି କୃଷକ ମୋର୍ଚ୍ଚା

ଭୁବନେଶ୍ବର : ରାଜ୍ୟର ୩ ହଜାର ୫ ଶହ ଧାନ ମଣ୍ଡିରେ କୃଷକ ମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ମଣ୍ଡିଚାଲ ଅଭିଯାନକୁ ବ୍ୟାପକ କରିବେ। ଡିସେମ୍ବର ୧୯ ତାରିଖ ଦିନ କଟକରେ ବିଶାଳ ଚାଷୀ ସମାବେଶ ହେବ। ଏବଂ କୃଷକ ମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ଚାଷୀ ସମସ୍ୟାକୁ ନେଇ ଜିଲ୍ଲା ବ୍ୟାପୀ ଆନ୍ଦୋଳନ କରିବେ। ଆଜି ବିଜେପି କୃଷକ ମୋର୍ଚ୍ଚା ଏଭଳି କାର୍ଯ୍ୟକ୍ରମ ଘୋଷଣା କରିଛି।

ଆଜି ଏକ ବୈଠକ ପରେ ଦଳ ପକ୍ଷରୁ କୁହାଯାଇଛି, ରାଜ୍ୟସରକାରଙ୍କ ଚାଷୀ ମାରଣ ନୀତି, ଅଭାବୀ ଧାନ ବିକ୍ରି, ଏମଏସପିରୁ କମ୍ ଟଙ୍କାରେ ଧାନ କିଣିବା, ବିଭିନ୍ନ ଆଳ ଦେଖାଇ କଟନି ଛଟନିରେ ୧୦ କେଜି ପର୍ଯ୍ୟନ୍ତ ଧାନ କାଟିବା, ଟୋକନ ବ୍ୟବସ୍ଥାରେ ବ୍ୟାପକ ଅନିୟମିତତା ଆଦି ଚାଷଜନିତ ବିଭିନ୍ନ ପ୍ରସଙ୍ଗକୁ ଆଧାର କରି ବିଜେପି ପକ୍ଷରୁ ରାଜ୍ୟବ୍ୟାପୀ ଚାଷୀ ସମାବେଶ ଓ ମଣ୍ଡିଚାଲ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି। ଏହି କ୍ରମରେ ଆସନ୍ତା ଡିସେମ୍ବର ୧୯ ତାରିଖ ଦିନ କଟକ ଠାରେ, ୨୦ରେ ଆସ୍କା, ୨୨ ରେ ଜୟପୁର, ୨୩ ଢେଙ୍କାନାଳ, ୨୪ରେ ବାଲେଶ୍ୱର ଏବଂ ୨୬ ତାରିଖରେ ବରଗଡ ଠାରେ ବିଶାଳ ଚାଷୀ ସମାବେଶ କରାଯିବ। ଏହା ସହ ରାଜ୍ୟର ୩ ହଜାର ୫ ଶହ ଧାନ ମଣ୍ଡିରେ କୃଷକମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ମଣ୍ଡିଚାଲ ଅଭିଯାନକୁ ବ୍ୟାପକ କରି ରାଜ୍ୟସରକାରଙ୍କ ଚାଷୀ ମାରଣ ନୀତିକୁ ବିରୋଧ କରିବେ। ଆଗାମୀ ଦିନରେ କୃଷକ ମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ଚାଷୀ ସମସ୍ୟାକୁ ନେଇ ଜିଲ୍ଲା ବ୍ୟାପୀ ଆନ୍ଦୋଳନ କରିବେ ବୋଲି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ସୂଚନା ଦେଇଛନ୍ତି।

କୃଷକ ମୋର୍ଚ୍ଚା ରାଜ୍ୟ ସଭାପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ପୂର୍ବତନ ମନ୍ତ୍ରୀ କେ.ଭି ସିଂହଦେଓ, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ମହେଶ୍ୱର ସାହୁ, କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ସୁରଥ ବିଶ୍ୱାଳ, ଅମର ନାଏକ, ପିଙ୍କି ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe