ମାହାଙ୍ଗାରେ ବିଜେପିର ବିଶାଳ ‘ଗରିବ କଲ୍ୟାଣ’ସମ୍ମିଳନୀ ଆଜି

ଆଜିଠୁ ବିଜେପିର ପ୍ରାଦେଶିକ ପ୍ରଶିକ୍ଷଣ ଶିବିର, ଓଡ଼ିଶାର ରାଷ୍ଟ୍ରୀୟ ନେତା ଯୋଗଦେବେ

Image Courtesy of Zee News

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନର ୮ ବର୍ଷ ପୂର୍ତି ଉପଲକ୍ଷେ ମଙ୍ଗଳବାର ସାରା ଦେଶରେ ସେବା, ସୁଶାସନ ଓ ଗରିବ କଲ୍ୟାଣର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ପିଏମ୍‌ କିଷାନ ସମ୍ମାନ ନିଧି ଯୋଜନାର ଲାଭାର୍ଥୀ ଚାଷୀ ଭାଇଙ୍କୁ ୧୧ତମ କିସ୍ତି ପ୍ରଦାନ କରିବେ।ଏନେଇ କଟକ ଜିଲ୍ଲା ମାହାଙ୍ଗା ପୋଡ଼ାମରାଇ ଠାରେ ଦଳ ତରଫରୁ ‘ବିଶାଳ ଗରିବ କଲ୍ୟାଣ ସମ୍ମିଳନୀ’ ଆୟୋଜନ ସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସିଧାପ୍ରସାରଣ ହେବ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାହାଙ୍ଗାର ବରାହିପୁରଠାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସିଧାପ୍ରସାରଣକୁ ଦେଖିବା ସହ ପୋଡ଼ାମରାଇ ଠାରେ ‘ବିଶାଳ ଗରିବ କଲ୍ୟାଣ ସମ୍ମିଳନୀ’ରେ ଯୋଗଦେବେ ବୋଲି ଦଳର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି।

ସେହିପରି କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡ଼ୁ ମୟୂରଭଞ୍ଜରେ ହେବାକୁ ଥିବା କାର୍ଯ୍ୟକ୍ରମରେ, ରାଜ୍ୟ ସଭାପତି ସମୀର ମହାନ୍ତି ନୟାଗଡ଼ରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ। ଏହାସହ ବିଭିନ୍ନ ଜିଲ୍ଲାରେ ଏହି କାର୍ଯ୍ୟକ୍ରମର ମନ୍ତ୍ରୀ, ସାଂସଦ, ବିଧାୟକ, ଦଳର ପଦାଧିକାରୀମାନେ ସାମିଲ୍‌ ହେବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe