୫-ଟି ସଚିବଙ୍କ କାର୍ଯ୍ୟକ୍ରମକୁ ବିଜେପିର ବିରୋଧ: କଳା ପୋଷାକ, କଳା ବେଲୁନ୍ ଉଡ଼ାଇ ପ୍ରତିବାଦ

Advertisment
୫-ଟି ସଚିବଙ୍କ କାର୍ଯ୍ୟକ୍ରମକୁ ବିଜେପିର ବିରୋଧ: କଳା ପୋଷାକ, କଳା ବେଲୁନ୍ ଉଡ଼ାଇ ପ୍ରତିବାଦ

ଜଗତସିଂହପୁର : ୫-ଟି ସଚିବ ଭିକେ ପାଣ୍ଡିଆନ୍‌ଙ୍କ ଜଗତସିଂହପୁର ଗସ୍ତ କାର୍ଯ୍ୟକ୍ରମକୁ ପାରାଦୀପ ନିର୍ବାଚନମଣ୍ଡଳୀ ବିଜେପି ପକ୍ଷରୁ ବିରୋଧ କରାଯାଇଛି। ବିଜେପି ନେତା ସମ୍ପଦ ସ୍ୱାଇଁଙ୍କ ନେତୃତ୍ବରେ ବିଜେପି ମହିଳା ମୋର୍ଚ୍ଚା ଓ ଯୁବମୋର୍ଚ୍ଚା ପକ୍ଷରୁ ରାହାମା, କୁଜଙ୍ଗ ଏବଂ ପାରାଦୀପର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କୁଜଙ୍ଗରେ ମହିଳା ମୋର୍ଚ୍ଚା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଶତାଧିକ ମହିଳା ସରକାରଙ୍କ ମହିଳା ବିରୋଧୀ ମନୋଭାବ ବିରୋଧରେ କଳା ଶାଢ଼ୀ ପିନ୍ଧି ପ୍ରତିବାଦ କରିଛନ୍ତି। ୫-ଟି ସଚିବ ହେଲିକପ୍ଟର୍‌ରେ ପାରାଦୀପ ଆସିଥିବାରୁ ଆକାଶରେ କଳା ବେଲୁନ୍‌ ଉଡ଼ାଇ ବିରୋଧ କରିଛନ୍ତି।

ପାରାଦୀପରେ ଆୟୋଜିତ ବିକ୍ଷୋଭ କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସମ୍ପାଦକ ଯୁଗଳ କିଶୋର ପ୍ରଧାନ, ଜିଲ୍ଲା ଉପସଭାପତି ଅରକ୍ଷୀତ ଦାସ, ଜିଲ୍ଲା ମିଡିଆ ସେଲ୍‌ର ଅଧ୍ୟକ୍ଷ ସର୍ବେଶ୍ୱର ବଳିୟାରସିଂହ, ପାରାଦୀପ ନଗର ମଣ୍ଡଳ ସଭାପତି ସୁବ୍ରତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe