କନ୍ଧମାଳ ପାଇଁ ବିଜେପିର ଅଙ୍କ ଛିଣ୍ଡୁନି: ସ୍ଥାନୀୟ ନେତାଙ୍କୁ ପ୍ରାର୍ଥୀ କରିବାକୁ ଜିଲ୍ଲା ନେତାଙ୍କ ଦାବି

ମଞ୍ଚ ବନ୍ଧା ହେଲାଣି, ନେତା ବଛା ହୋଇନାହାନ୍ତି: ଜନତା ମଇଦାନରେ ଶପଥ ‌ନେବେ ମୁଖ୍ୟମନ୍ତ୍ରୀ

The Hans India

ଫୁଲବାଣୀ: ବିଜେପି ଓଡ଼ିଶାର ୨୧ଟି ଲୋକସଭା ଆସନ ମଧ୍ୟରୁ ୧୮ଟିରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି। କିନ୍ତୁ କନ୍ଧମାଳ ଆସନରେ କାହାକୁ ପ୍ରାର୍ଥୀ କରାଯିବ ଏଯାଏ ଘୋଷଣା ହୋଇନି। ବିଜେଡି କନ୍ଧମାଳ ଲୋକସଭା ଆସନ ପାଇଁ ଅଚ୍ୟୁତ ସାମନ୍ତଙ୍କ ନାମ ଘୋଷଣା କରିସାରିଛି। ୨୦୧୯ରେ ବିଜେପି ଏଠାରେ ଖାରବେଳ ସ୍ବାଇଁଙ୍କୁ ଶେଷ ମୁହୂର୍ତ୍ତରେ ପ୍ରାର୍ଥୀ କରିଥିଲା। ଚଳିତ ଥର ମଧ୍ୟ ସମାନ ସ୍ଥିତି ସୃଷ୍ଟି ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଏଥର ମଧ୍ୟ ଏଠାରେ ତାଙ୍କ ପ୍ରାର୍ଥିତ୍ବକୁ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ଅନ୍ୟପ‌ଟେ ବାହାର ନେତାଙ୍କୁ ପ୍ରାର୍ଥୀ ନ କରିବା ପାଇଁ କନ୍ଧମାଳ ଜିଲ୍ଲା ବିଜେପିର କର୍ମକର୍ତ୍ତାମାନେ ବିଜେପି ରାଜ୍ୟ ସଭାପତିଙ୍କୁ ପତ୍ର ଲେଖି ଜଣାଇଛନ୍ତି। କନ୍ଧମାଳ ଲୋକସଭା ନିର୍ବାଚନମଣ୍ଡଳୀରୁ ସ୍ଥାନୀୟ ନେତାଙ୍କୁ ପ୍ରାର୍ଥୀ କରିବା ପାଇଁ ସ୍ଥାନୀୟ ନେତୃବର୍ଗ ଦାବି କରୁଥିବା ବେଳେ ରାଜ୍ୟ ବିଜେପି ଏଠାରେ କାହାକୁ ଟିକେଟ୍‌ ଦେବ, ସେ ନେଇ ବିଚାର କରୁଛି।

କନ୍ଧମାଳ ଲୋକସଭା ଆସନ ପାଇଁ ସ୍ଥାନୀୟ ପ୍ରତ୍ୟାଶୀ ଭାବେ ଆର୍‌ଏସ୍‌ଏସ୍‌ ନେତା ପ୍ରଣବ ନାୟକ, ରମେଶ ଚନ୍ଦ୍ର ମହାନ୍ତି, ଫୁଲବାଣୀ ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି, ବୌଦ୍ଧ ଜିଲ୍ଲାର ଟାଣୁଆ ନେତା ଶିଶିର କୁମାର ଘୋଷ, ନୟାଗଡ଼ ଜିଲ୍ଲାର ବିଜେପି ନେତା ସୁକାନ୍ତ କୁମାର ପାଣିଗ୍ରାହୀ ପ୍ରମୁଖ ଆଶାୟୀ ତାଲିକାରେ ଅଛନ୍ତି। କିନ୍ତୁ ବିଜେପି ରାଜ୍ୟ ତଥା କେନ୍ଦ୍ରୀୟ ନେତୃତ୍ବ ଏଠାରେ କୌଣସି ଅନ୍ୟ ଅଞ୍ଚଳର ନେତା କିମ୍ବା ଅଭିନେତାଙ୍କୁ ଥଇଥାନ କରିବାକୁ ଯୋଜନା କରୁଛନ୍ତି ବୋଲି ସୂଚନା ମିଳିଛି। ଏହାକୁ ନେଇ ‌‌ଏବେ ସ୍ଥାନୀୟ ବିଜେପି ନେତୃମଣ୍ଡଳୀ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ମାତ୍ର କେହି ଏ ସମ୍ପର୍କରେ ମୁହଁ ଖୋଲୁନାହାନ୍ତି। ବିଜେଡି-ବିଜେପି ମେଣ୍ଟ ସମୟରେ କନ୍ଧମାଳ ଲୋକସଭା ଆସନଟି ବିଜେଡି ଭାଗରେ ଥିଲା ଓ ଏଠାରୁ ୨୦୦୦ ମସିହାରୁ ବିଜେଡି ପ୍ରାର୍ଥୀମାନେ ସାଂସଦ ଭାବେ ନିର୍ବାଚିତ ହେଉଥିଲେ। କିନ୍ତୁ ୨୦୦୯ରେ ମେଣ୍ଟ ଭାଙ୍ଗିବା ପରେ ବିଜେପି ଏଠାରୁ ନିଜସ୍ବ ପ୍ରାର୍ଥୀ ଦେଇଥିବା ବେଳେ ଥରେ ହେଲେ ବିଜୟୀ ହୋଇପାରିନି। ଏଣୁ ବିଜେପି ପାଇଁ କନ୍ଧମାଳ ଲୋକସଭା ନିର୍ବାଚନମଣ୍ଡଳୀ ସମ୍ମାନର ପ୍ରଶ୍ନ ଭାବେ ଉଭାହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe