ଢେଙ୍କାନାଳରେ ରାଜସ୍ବ ମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ

Advertisment
ଢେଙ୍କାନାଳରେ ରାଜସ୍ବ ମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ

ଢେଙ୍କାନାଳ : କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ବିଦ୍ୟାଳୟର ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣା ନେଇ ଶନିବାର ଏଠାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ତିଙ୍କୁ ହଟହଟା ହେବାକୁ ପଡ଼ିଛି। ଏହି ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଥିଲେ ହେଁ ତାଙ୍କ ବିରୋଧରେ ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନଥିବାରୁ ଏହାର ପ୍ରତିବାଦରେ ଢେଙ୍କାନାଳ ସୁରକ୍ଷା ସମିତି ପକ୍ଷରୁ ମନ୍ତ୍ରୀ ଶ୍ରୀ ମାରାଣ୍ଡିଙ୍କୁ କଳାପତାକା ଦେଖାଇ ବିରୋଧ କରାଯାଇଥିଲା। ସେଠାରେ ଉପସ୍ଥିତ ପୁଲିସ୍‌ ପଦାଧିକାରୀମାନେ ବିରୋଧ ପ୍ରଦର୍ଶନ କରୁଥିବା ଯୁବକମାନଙ୍କୁ ଉଠାଇ ନେଇ ଟାଉନ୍ ଥାନାରେ ଅଟକ ରଖିଥିଲେ। ମନ୍ତ୍ରୀ ଶ୍ରୀ ମାରାଣ୍ତି ଢେଙ୍କାନାଳରୁ କାର୍ଯ୍ୟ ସାରି ଫେରିବା ପରେ ଅଟକ ଯୁବକମାନଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ି ଦିଆଯାଇଥିବା ଟାଉନ୍ ଥାନା ଅଧିକାରୀ ନମିତା ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe