ବରଗଡ଼ : ରାଜ୍ୟବ୍ୟାପୀ ଓଡ଼ିଶା ଦିବସ ପାଳନ ହେଉଥିବାବେଳେ ଏହାକୁ ବିରୋଧ କରି କୋଶଲ ରାଜ୍ୟ ସମନ୍ବୟ ସମିତି କଳା ଦିବସ ପାଳନ କରିଛି। ଏହି ପରିପ୍ରେକ୍ଷୀରେ ସମିତି ସ୍ଥାନୀୟ ଗାନ୍ଧୀ ଛକ ଠାରେ କଳା ପତାକା ଉଡ଼ାଇଛି। ସମିତିର କର୍ମକର୍ତାମାନେ ରାଜ୍ୟ ଗଠନ ହେଲା ଦିନରୁ ଆମ ଅଞ୍ଚଳର ଦୁର୍ଦିନ ଆରମ୍ଭ ହେଲା ବୋଲି ନାରାବାଜି କରିଥିଲେ। ସମିତିର କେନ୍ଦ୍ରୀୟ ସାଧାରଣ ସଂପାଦକ ସୁନୀଲ ପୁରୋହିତ, ଅବନୀକାନ୍ତ ପଣ୍ତା, ପାଣ୍ଡବ କର୍ଣ୍ଣ, ଦୀପକ ରଥ, ଦୀପକ ରଂଜନ ଦାଶ, ପ୍ରମୋଦ ଝାଙ୍କର, କେଦାର ମିଶ୍ର, ସୁରସେନ ବହିଦାର, ଗିରିଶ ମାଝୀ, ଭରତ ଭୂଷଣ ଦାଶ, ପବନ ଅଗ୍ରୱାଲ, ଦୀନେଶ ସରାଫ, ବିକାଶ ଅଗ୍ରୱାଲ ଏଥିରେ ଯୋଗ ଦେଇଥିଲେ।
ବରଗଡ଼ରେ ଉଡ଼ିଲା କଳାପତାକା
Advertisment
Follow Us