ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ବିଚ୍ଛିନ୍ନାଞ୍ଚଳର ବହୁ ପଞ୍ଚାୟତରେ ଚଳିତ ବର୍ଷ ବି ଗଣତନ୍ତ୍ର ଦିବସ ପାଳନ ହୋଇପାରିଲା ନାହିଁ। ଏହି ଅଞ୍ଚଳରେ ନକ୍ସଲ ନିଜ ପତିଆରା ଦେଖାଇ କଳା ପତାକା ଉଡାଇବା ସହ କଳା ଦିବସ ପାଳନ କରିଥିଲେ। ୨୬ତାରିଖ ଦିନ ସକାଳୁ ଅଣ୍ଡ୍ରାପାଲୀ, ପଣସପୁଟ, ଯଡାମ୍ବ, ବଡପଦର, ପେପରମେଟଲା, ଯନ୍ତ୍ରୀ, ଗାଜଲମାମୁଡି ଏବଂ ଧୁଳୀପୁଟ ପଞ୍ଚାୟତ କାର୍ଯ୍ୟାଳୟ ଏବଂ ସ୍କୁଲ ଗୁଡିକରେ କଳା ପତାକା ଉଡିଥିବା ଦେଖିବାକୁ ମିଳିଥିଲା। ଏଥିସହ ପାପଲୁର ଏବଂ କୁରମାନୁରରେ ମଧ୍ୟ କଳା ପତାକା ଉଡିଥିଲା। ବହୁ ସ୍ଥାନରେ ପୋଷ୍ଟର ଏବଂ ବ୍ୟାନର ମଧ୍ୟ ମାରି ନକ୍ସଲ ସ୍ଥିତି ଜାହିର କରିଥିଲେ। ଚିତ୍ରକୋଣ୍ଡା ବ୍ଲକର ପାପଲୁର, କୁରମାନୁର ଏବଂ କପାତୁଟି ପଞ୍ଚାୟତରେ ମଧ୍ୟ ନକ୍ସଲ କଳା ପତାକା ଉଡାଇ ଗଣତନ୍ତ୍ର ଦିବସକୁ ବିରୋଧ କରିଥିଲେ। ସେହିପରି କେତକ ସ୍ଥାନରେ ଶିକ୍ଷକମାନେ ସ୍କୁଲରେ ଜାତୀୟ ପତାକା ଉତ୍ତୋଳନ କରିବା ପରେ ନକ୍ସଲ ପହଞ୍ଚି କଳା ପତାକା ଉଡାଇଥିଲେ।
ବିଚ୍ଛିନ୍ନାଞ୍ଚଳରେ ଉଡ଼ିଲା କଳା ପତାକା
Advertisment
Follow Us