ବିଧାୟକ ଉମା ସାମନ୍ତରାୟଙ୍କ ଗାଡ଼ିକୁ କାଳିମାଡ଼

Advertisment
ବିଧାୟକ ଉମା ସାମନ୍ତରାୟଙ୍କ ଗାଡ଼ିକୁ କାଳିମାଡ଼

ପୁରୀ : ପୁରୀ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟଙ୍କ ଗାଡ଼ିକୁ କାଳି ମାଡ଼ କରାଯାଇଛି। ରଥଯାତ୍ରା ସମନ୍ବୟ ବୈଠକରେ ଯୋଗଦେବା ଲାଗି ଆଇନମନ୍ତ୍ରୀ ଆସୁଥିବାରୁ ତାଙ୍କୁ ବିରୋଧ ପାଇଁ ଛାତ୍ର କଂଗ୍ରେସ ପ୍ରସ୍ତୁତ ହେଉଥିଲେ। ପୂର୍ବରୁ ଖବର ପାଇ ପୁଲିସ ୧୦ ଜଣ ଜିଲ୍ଲା ଯୁବ ଓ ଛାତ୍ର କଂଗ୍ରେସ କର୍ମୀଙ୍କୁ ଉଠାଇ ନେଇଥିବାରୁ ଶେଷରେ ବିଧାୟକ ଶ୍ରୀ ସାମନ୍ତରାୟଙ୍କୁ ଆକ୍ରୋଶର ଶିକାର ହେବାକୁ ପଡ଼ିଛି।

ସୂଚନା ଅନୁସାରେ, ବିଧାୟକ ଶ୍ରୀ ସାମନ୍ତରାୟ ଦ୍ବିତୀୟ ସମନ୍ବୟ ବୈଠକରେ ଯୋଗଦେଇ ଏସ୍‌ସିଏସ୍‌ କଲେଜ୍‌ ରୋଡ୍‌ରେ ଫେରିବା ବେଳେ କାଳିମାଡ଼ କରାଯାଇଥିଲା। ଛାତ୍ର କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ବକୁଳବନର ଦୁରବସ୍ଥା ଏବଂ ଓଡ଼ିଆ ବିଶ୍ବବିଦ୍ୟାଳୟ ସମସ୍ୟାର ସମାଧାନ କରାଯାଉନଥିବା ପ୍ରତିବାଦରେ ଏହି କାଳି ମାଡ଼ କରାଯାଇଛି। ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଆଶୁତୋଷ ମିଶ୍ର, ଅଗସ୍ତିନ ଯୋଶେଫ, ରିଶାନ ଦାଶ, ‌ସୋମନାଥ ନାୟକ, କୃଷ୍ଣଚନ୍ଦ୍ର ବେହେରା, ରୁଦ୍ରପ୍ରତାପ ଦାଶ, ଶୁଭ୍ରକାନ୍ତ ନାୟକ ପ୍ରମୁଖ ଏହି ଘଟଣାରେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe