ଯାଜପୁରସଦର: ତନ୍ତ୍ର ସାଧନା ପାଇଁ ନାବାଳକକୁ ବଳି ଦେବା ଅଭିଯୋଗରେ ଆସାମୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଯାଜପୁର ଜିଲ୍ଲା ଦୌରାଜଜ୍ ଆସାମୀକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ୨୦୧୫ ଫେବ୍ରୁଆରି ୨୬ ତାରିଖରେ ଏହି ଘଟଣା ଘଟିଥିଲା। କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର ଗ୍ରାମର ନାରାୟଣ ବାରିକଙ୍କ ପୁଅ ଦୀପକ(୩୩) ତୃତୀୟ ଶ୍ରେଣୀରେ ପଢ଼ୁଥିବା ସେହି ଗ୍ରାମର ନିରଞ୍ଜନ ନାୟକଙ୍କ ପୁଅ ଅଭିଷେକ ବଳି ଦେଇଥିବା ଅଭିଯୋଗ ହୋଇଥିଲା। ନିଜ ତନ୍ତ୍ର ସାଧନା ପାଇଁ ଜଣେ ନିରୀହ ଶିଶୁକୁ ହତ୍ୟା କରିଥିଲା। ଏହି ଘଟଣାରେ ପୁଲିସ ଦଫା ୩୬୩, ୩୬୪, ୩୦୨, ୨୦୧ ରେ ତଦନ୍ତ କରିଥିଲା। ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ଘଟଣାରେ ୨୪ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଯାଜପୁର ଅତିରିକ୍ତ ଦୌରାଜଜ୍ ଜ୍ଞାନେନ୍ଦ୍ର ବାରିକ ଦୋଷୀକୁ ଆଜୀବନ କାରାଦଣ୍ଡ ସହ ୩୫ ହଜାର ଟଙ୍କାର ଜରିମାନା ଧାର୍ଯ୍ୟ କରିଛନ୍ତି। ଜରିମାନା ଅନାଦେୟ ୬ ମାସର ଅଧିକ କାରାଦଣ୍ଡ ରାୟ ଶୁଣାଇଛନ୍ତି। ସରକାରୀ ଓକିଲ ରାଜେନ୍ଦ୍ର ପ୍ରସାଦ ନାୟକ ମାମଲା ପରିଚାଳନା କରିଥିଲେ।
ତନ୍ତ୍ର ପାଇଁ ନାବାଳକକୁ ବଳି: ଦୋଷୀ ଗୁଣିଆକୁ ଆଜୀବନ କାରାଦଣ୍ଡ
Advertisment
Follow Us