ଗୁଣିଗାରେଡ଼ି ସନ୍ଦେହ: ପୁଅ ଶବ ପଡ଼ିରହିଲା, ମା’ ଜଗିଲା

ପରିବାରକୁ ଗାଁ ଲୋକେ ବାସନ୍ଦ କରିଛନ୍ତି। ପୁଅ ମରିଯାଇଥିଲେ ମଧ୍ୟ କେହି କାନ୍ଧ ଦେବାକୁ କି ସତ୍କାର କରିବାକୁ ବାହାରୁନାହାନ୍ତି। ଫଳରେ ଦୁଇଦିନ ଧରି ଘରପିଣ୍ଡାରେ ମୃତଦେହ ପଡ଼ି ରହିଥିବାବେଳେ ହତଭାଗ୍ୟ ମାଆ କାନ୍ଦିକାନ୍ଦି ଶବକୁ ଜଗି ରହିଛି।

New Project (37)

ଜଳେଶ୍ୱର: ପରିବାରକୁ ଗାଁ ଲୋକେ ବାସନ୍ଦ କରିଛନ୍ତି। ପୁଅ ମରିଯାଇଥିଲେ ମଧ୍ୟ କେହି କାନ୍ଧ ଦେବାକୁ କି ସତ୍କାର କରିବାକୁ ବାହାରୁନାହାନ୍ତି। ଫଳରେ ଦୁଇଦିନ ଧରି ଘରପିଣ୍ଡାରେ ମୃତଦେହ ପଡ଼ି ରହିଥିବାବେଳେ ହତଭାଗ୍ୟ ମାଆ କାନ୍ଦିକାନ୍ଦି ଶବକୁ ଜଗି ରହିଛି। ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ। ଜଳେଶ୍ୱର ବ୍ଲକ୍‌ ନାମ୍ପୋ ପଞ୍ଚାୟତ ଦେଉଳବାଡ଼ ଗ୍ରାମରେ ରହନ୍ତି ରାଜୁ ବେଶ୍ରାଙ୍କ ପରିବାର। ୧୦ ବର୍ଷ ତଳେ ପତ୍ନୀ ଚମ୍ପାଙ୍କୁ ଡାଆଣୀ ଆକ୍ଷେପ କରି ରାଜୁଙ୍କ ପରିବାରକୁ ନିଆଁପାଣି ବନ୍ଦ କରିଛନ୍ତି ଗ୍ରାମବାସୀ। ଏପରି ସମୟରେ ରାଜୁଙ୍କ ପୁଅ ମଦନ (୨୬) ଅସୁସ୍ଥ ହୋଇ ଶଯ୍ୟାଶାୟୀ ଥିଲେ। ଗତକାଲି ସନ୍ଧ୍ୟା ୬ଟା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ସତ୍କାର କରିବାକୁ କେହି ନ ଥିବାରୁ ଦୁଇଦିନ ହେଲା ଘର ପିଣ୍ଡାରେ ଶବ ସେମିତି ପଡ଼ିରହିଛି। ଉପାୟ ନ ପାଇ ଚମ୍ପା କାନ୍ଦି କାନ୍ଦି ପୁଅର ଶବକୁ ଜଗି ରହିଛନ୍ତି। ରାଜୁ ନାମ୍ପୋ ଫାଣ୍ଡି ସହ ସରପଞ୍ଚଙ୍କ ପ୍ରତିନିଧି ଅରୁଣ ରାଉଳ ଏବଂ ବିଜେପି ନେତା ଜଗଦୀଶ ପ୍ରଧାନଙ୍କୁ ଘଟଣା ବାବଦରେ ଜଣାଇଥିଲେ ମଧ୍ୟ ଏଯାଏଁ କିଛି ଫଳ ମିଳିନି। ଏ ନେଇ ସାହିର ପାଟିଆ ମୁର୍ମୁଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସେ କହିଛନ୍ତି, ରାଜୁ ତାଙ୍କ ପୁଅଙ୍କ ମୃତ୍ୟୁ ସମ୍ପର୍କରେ ଆମକୁ ଜଣାଇନାହାନ୍ତି। ନାମ୍ପୋ ଫାଣ୍ଡି ଅଧିକାରୀ କରନ ମାରାଣ୍ଡିଙ୍କ କହିବାନୁସାରେ, ରାଜୁଙ୍କ ପରିବାର ଓ ସାହି ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ଥିବାରୁ ଶବ ସତ୍କାର ହୋଇପାରିନି। ତେବେ ଖବର ଲେଖା ହେବା ବେଳକୁ ଏକ ସ୍ବେଚ୍ଛାସେବୀ ସଙ୍ଗଠନ ସହାୟତା‌ରେ ଶବ ସତ୍କାର କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe