ନର୍ସଙ୍କୁ ପୂର୍ବତନ ପ୍ରେମିକର ଧମକ: ଟଙ୍କା ଦିଅ, ନହେଲେ ଫଟୋ ଭାଇରାଲ୍‌ କରିଦେବି

Advertisment
ନର୍ସଙ୍କୁ ପୂର୍ବତନ ପ୍ରେମିକର ଧମକ: ଟଙ୍କା ଦିଅ, ନହେଲେ ଫଟୋ ଭାଇରାଲ୍‌ କରିଦେବି

ସମ୍ବଲପୁର: ପ୍ରଥମେ ପ୍ରେମ, ପରେ ବ୍ରେକ୍‌‌ଅପ୍‌। ଆଉ ବ୍ରେକ୍‌ଅପ୍‌ ପରେ ପ୍ରେମିକ ଜଣକ ନିଜ ଅସଲ ଚେହେରା ଦେଖାଇବା ସହ ଯୁବତୀଙ୍କୁ ଧମକ ଦେବା ଆରମ୍ଭ କରିଦେଲେ। ଟଙ୍କା ଦିଅ, ନହେଲେ ସବୁ ଫଟୋ ଭାଇରାଲ୍‌ କରିଦେବି। ସମ୍ବଲପୁରରେ କାର୍ଯ୍ୟରତ ଜଣେ ନର୍ସିଂ ଅଧିକାରୀଙ୍କୁ ତାଙ୍କ ପୂର୍ବତନ ପ୍ରେମିକ ଏଭଳି ଧମକ ଦେଇଛି। ଯାହାକୁ ନେଇ ନର୍ସିଂ ଅଧିକାରୀ ଜଣକ ବୁର୍ଲା ଥାନାରେ ଗୁରୁବାର ଲିଖିତ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ ନର୍ସିଂ ଅଧିକାରୀ ଜଣକ ନୟାଗଡ଼ ଚାନ୍ଦପୁରର ଜଣେ ଯୁବକଙ୍କ ସହ ପ୍ରେମରେ ପଡ଼ି ଯାଇଥିଲେ। ପ୍ରେମ ହେବା ସହ ଯୁବକଙ୍କ ଉପରେ ଯୁବତୀଙ୍କ ବିଶ୍ବାସ ବି ବଢ଼ିଥିଲା। କିନ୍ତୁ ଯୁବକ ଜଣକ ସନ୍ଦେହ କରି ଯୁବତୀଙ୍କୁ ତାଙ୍କ ଫେସ୍‌ବୁକ୍‌ ଆଇଡି ପାସ୍‌ଵାର୍ଡ ମାଗିଥିଲେ। ଯୁବତୀ ଜଣକ ମଧ୍ୟ ତାଙ୍କୁ ବିଶ୍ବାସ କରି ପାସ୍‌ଵାର୍ଡ ଦେଇଥିଲେ। ୩ ବର୍ଷ ହେବ ଉକ୍ତ ଫେସ୍‌ବୁକ୍‌ ଆକାଉଣ୍ଟକୁ ସେ ଚଲାଉଥିଲେ। ଉଭୟଙ୍କ ମଧ୍ୟରେ ଅନେକ ଦିନରୁ ମନାନ୍ତର ଲାଗିରହୁଥିବା ବେଳେ ଯୁବତୀ ଜଣକ ତାଙ୍କ ସହ ସବୁ ସମ୍ପର୍କ କାଟି ବ୍ରେକ୍‌ଅପ୍‌ କରିଥିଲେ।

publive-image Live Uttar Pradesh

ଏହାପରେ ଯୁବକ ଜଣକ ରାଗିଯାଇ ତାଙ୍କ ଅସଲ ଚେହେରା ଦେଖାଇଥିଲେ। ଅଭିଯୁକ୍ତ ଜଣକ ପ୍ରଥମେ ଯୁବତୀଙ୍କ ଫେସ୍‌ବୁକ୍‌ ଆକାଉଣ୍ଟର ପାସ୍‌ଵାର୍ଡ ବଦଳାଇ ଦେଇଥିଲେ। ପରେ ସେହି ଆକାଉଣ୍ଟରେ ଯୁବତୀଙ୍କ କିଛି ଖରାପ ଫଟୋ ଛାଡ଼ିବା ଆରମ୍ଭ କରିଥିଲେ। ଏହା ବ୍ୟତୀତ ଯୁବକ ଜଣକ ଏକ ଫେକ୍‌ ବିବାହ ପ୍ରମାଣପତ୍ର ମଧ୍ୟ ଉକ୍ତ ଫେସ୍‌ବୁକ୍‌ ଆଇଡିରେ ଛାଡ଼ିଥିବା ଯୁବତୀ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ତେବେ ଯେତେବେଳେ ଯୁବତୀ ଜଣକ ଉକ୍ତ ଫେସ୍‌ବୁକ୍‌ ଆକାଉଣ୍ଟକୁ ଡିଲିଟ୍‌ କରିବା ପାଇଁ କହିଥିଲେ, ଯୁବକ ଜଣକ ତାଙ୍କୁ ଟଙ୍କା ମାଗିଥିଲେ। ତା ସହିତ ତାଙ୍କ ଫଟୋଗୁଡ଼ିକୁ ଭାଇରାଲ୍‌ କରିଦେବାକୁ କହି ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏହାପରେ ଯୁବତୀ ଜଣକ କୌଣସି ଉପାୟ ନପାଇ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଉକ୍ତ ଫେସ୍‌ବୁକ୍‌ ଆକାଉଣ୍ଟକୁ ଡିଲିଟ୍‌ କରାଇବା ପାଇଁ ମଧ୍ୟ ଯୁବତୀ ପୁଲିସକୁ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe