ପାର୍ଲରବାଲିଙ୍କ କାରନାମା: ଭିଡିଓ କରି ମାଗୁଥିଲେ ୨୦ଲକ୍ଷ

Advertisment

ଦେହ ବେପାର ନାଁରେ ବ୍ଲାକମେଲିଂ, ବନ୍ଧାହେଲେ ସ୍ବାମୀ-ସ୍ତ୍ରୀ ଓ ବାପ-ପୁଅ

ଦେହ ବେପାର ନାଁରେ ବ୍ଲାକମେଲିଂ, ବନ୍ଧାହେଲେ ସ୍ବାମୀ-ସ୍ତ୍ରୀ ଓ ବାପ-ପୁଅ

ପାର୍ଲରବାଲିଙ୍କ କାରନାମା: ଭିଡିଓ କରି ମାଗୁଥିଲେ ୨୦ଲକ୍ଷ

Image Courtesy of India Today

ଅନୁଗୁଳ : ବିଉଟି ପାର୍ଲର ନାଁରେ ଚାଲିଥିଲା ନିଷିଦ୍ଧ ଦେହ ବେପାର। ପୁଣି ଦେହ ବେପାର ନାଁରେ ବ୍ଲାକ୍‌ମେଲିଂ। ଭିଡିଓ କରି ୨୦ ଲକ୍ଷ ଟଙ୍କା ମାଗିବା ଘଟଣାରେ ସ୍ବାମୀ-ସ୍ତ୍ରୀ ବାପ-ପୁଅ ଗିରଫ ହୋଇଛନ୍ତି।

ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ, ଅନୁଗୁଳ ଗାନ୍ଧୀମାର୍ଗ ଅଂଚଳର ଅଭିଷେକ ଅଗ୍ରୱାଲାଙ୍କ ବାପା ରାଜୀବ ଲୋଚନ କିଛି ବର୍ଷ ତଳୁ ମହିଳାଙ୍କ ବିଉଟି ପାର୍ଲରକୁ ନିୟମିତ ଯାଉଥିଲେ। ସେଠାରେ ମସାଜ କରିବା ସହିତ ମହିଳାଙ୍କ ସହିତ ଯୌନ ସମ୍ପର୍କ ରଖୁଥିଲେ। ବିଉଟି ପାର୍ଲର ମାଲିକାଣୀ ଜଣକ ବାପାଙ୍କ ପରେ ପରେ ପୁଅକୁ ଫସାଇବାକୁ ଉଦ୍ୟମ କରିଥିଲା। ପୁଅ ସହିତ ସମ୍ପର୍କ ଯୋଡ଼ି ଘରକୁ ଡାକିଥିଲା। ମହିଳାଙ୍କ ସହିତ ସମ୍ପର୍କ ରଖିବା ସମୟରେ ମହିଳାଙ୍କ ସ୍ବାମୀ ଏହାର ଭିଡିଓ ସୁଟିଂ କରି ପୁଅକୁ ବ୍ଳାକ୍‌ମେଲିଂ କରିବା ଆରମ୍ଭ କରି ଦେଇଥିଲେ। ଘଟଣାସ୍ଥଳରେ ହିଁ ପୁଅ ଅଭିଷେକଙ୍କ ଠାରୁ ୨୦ଲକ୍ଷ ଟଙ୍କାର ବଣ୍ଡ୍‌ ପେପର ଦସ୍ତଖତ କରାଇ ନେଇଥିଲେ। ଫୋନ୍‌ ପେ ଜରିଆରେ ଏକ ଲକ୍ଷ ୩୮ହଜାର ଟଙ୍କା ନେବା ପରେ ପରେ ଆଉ ୨୦ଲକ୍ଷ ଟଙ୍କା ଦେବାକୁ କହିଥିଲେ। ଟଙ୍କା ନ ଦ‌େଲେ ଭିଡିଓ ଦେଖାଇ ବ୍ଲାକ୍‌ମେଲିଂ କରିଥିଲେ। ପୁଅ ୧ଲକ୍ଷ ୩୮ହଜାର ଟଙ୍କା ଦେଇ ଘରକୁ ଆସିଲା ପରେ ବିଉଟିପାର୍ଲର ମାଲିକାଣୀ ଏବଂ ତାଙ୍କ ସ୍ବାମୀ ତୁରନ୍ତ ୨୦ଲକ୍ଷ ଟଙ୍କା ଦେବାକୁ ଧମକାଇଥିଲେ।

ଏହି ଘଟଣାକୁ ନେଇ ବାପ-ପୁଅ ଅନୁଗୁଳ ଟାଉନ ଥାନାର ଦ୍ବାରସ୍ଥ ହୋଇଥିଲେ। ପୂରା ଘଟଣା ପୁଲିସକୁ କହିବା ପରିବର୍ତ୍ତେ ଲକ୍ଷେ ୩୮ହଜାର ଟଙ୍କାର ଠକେଇ କଥା ଦର୍ଶାଇ ବିଉଟି ପାର୍ଲରବାଲିଙ୍କ ସ୍ବାମୀ ନାଁରେ ଏତଲା ଦେଇଥିଲେ। ସ୍ବାମୀ ନାଁରେ ଏତଲା ହେବା ଜାଣି ପାରି ବିଉଟିପାର୍ଲର ମାଲିକାଣୀ ବାପ-ପୁଅଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ପୁଲିସ ଯଦିଓ ଦୁଇଟି ପୃଥକ୍‌ ପୃଥକ୍‌ ମାମଲା ରୁଜୁ କରିଥିଲା, କିନ୍ତୁ ତଦନ୍ତ ପରେ ଅସଲ କଥା ପଦାକୁ ଆସିଥିଲା। ଏହି ଉଭୟ ମାମଲାରେ ପୁଲିସ ସ୍ବାମୀ-ସ୍ତ୍ରୀ, ବାପ-ପୁଅଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବନ୍ଧା ହୋଇଥିବା ଏହି ବିଉଟିପାର୍ଲର ମାଲିକାଣୀଙ୍କ ଘର ଢେଙ୍କାନାଳ ସହରର କାଞ୍ଚନବଜାର ଇଲାକାରେ। ସେ ଅନୁଗୁଳ ସହର ଉପକଣ୍ଠ ତୁରଙ୍ଗରେ ଏକ ବିଉଟି ପାର୍ଲର ଖୋଲି ସେଠାରେ ସ୍ବାମୀଙ୍କ ସହ ରହୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe