ମହିଳା ବନ୍ଧୁଙ୍କୁ ଏକପାଖିଆ ପ୍ରେମ କରି ବ୍ଲାକମେଲିଂ

Advertisment
ମହିଳା ବନ୍ଧୁଙ୍କୁ ଏକପାଖିଆ ପ୍ରେମ କରି ବ୍ଲାକମେଲିଂ

heraldgoa.in

ସମ୍ବଲପୁର : ନିଜ ମହିଳା ବନ୍ଧୁଙ୍କୁ ଏକପାଖିଆ ପ୍ରେମ ପରେ ତାଙ୍କୁ ବ୍ଲାକ ମେଲ କରିବା ସହିତ ତାଙ୍କ ବିବାହ ଭାଙ୍ଗିବା ଉଦ୍ୟମ କରିବା ନେଇ ଘଟଣା ପଦାରେ ପଡ଼ିଛି। ଏଥିସଂକ୍ରାନ୍ତରେ ଉକ୍ତ ଯୁବକଙ୍କ ବିରୋଧରେ ମଧ୍ୟ ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, କଲେଜ ପଢୁଆ ଦୁଇ ଯୁବକ-ଯୁବତୀଙ୍କ ମଧ୍ୟରେ ବନ୍ଧୁତ୍ବ ଥିଲା କିନ୍ତୁ ପ୍ରେମ ସମ୍ପର୍କ ନଥିଲା। ଯୁବତୀଙ୍କ ବିବାହ ଠିକ ହେବା ପରେ ଏକପାଖିଆ ପ୍ରେମ କରୁଥିବା ତାଙ୍କ ବନ୍ଧୁ ତାଙ୍କୁ ବିଭିନ୍ନ ପ୍ରକାର ବ୍ଲାକ ମେଲିଂ କରିବା ଆରମ୍ଭ କରିଛନ୍ତି। ସୋସିଆଲ ମିଡିଆରୁ ତାଙ୍କ ସମ୍ପର୍କୀୟଙ୍କ ଟେଲିଫୋନ ନମ୍ବର ସଂଗ୍ରହ କରି ତାଙ୍କ ଚରିତ୍ର ନେଇ ବିଭିନ୍ନ ପ୍ରକାର ଅଶ୍ଳୀଳ ମନ୍ତବ୍ୟ ଦେଉଛନ୍ତି। ଏପରିକି ସେହି ଯୁବତୀ ଗୋଟିଏ ଧର୍ମରେ ଥିଲେ ସୁଦ୍ଧା ଅନ୍ୟ ଏକ ଧର୍ମ ପ୍ରତି ତାଙ୍କର ଦୁର୍ବଳତା ଥିଲା। ସେହି ଧର୍ମାନୁଷ୍ଠାନକୁ ସେ ନିୟମିତ ପ୍ରାର୍ଥନା ପାଇଁ ଯାଇ ଥାଆନ୍ତି। ଏହାକୁ ଆଳ କରି ମଧ୍ୟ ସେହି ଯୁବକ ତାଙ୍କୁ ବ୍ଲାକମେଲ କରିବା ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe