ଘୁମୁସର ଉଦୟଗିରିରେ ପ୍ରବଳ ଶୀତ, ଗରିବ ବରିଷ୍ଠ ନାଗରିକଙ୍କୁ କମ୍ବଳ ବାଣ୍ଟିଲେ ସମାଜସେବୀ

ଘୁମୁସର ଉଦୟଗିରିରେ ପ୍ରବଳ ଶୀତ, ଗରିବ ବରିଷ୍ଠ ନାଗରିକଙ୍କୁ କମ୍ବଳ ବାଣ୍ଟିଲେ ସମାଜସେବୀ

ଘୁ ଉଦୟଗିରି: କନ୍ଧମାଳ ଜିିଲ୍ଲା ଘୁମୁସର ଉଦୟଗିରିରେ ଶୀତଲହରି ଜାରି ରହିଛି। ପୂରା ଅଞ୍ଚଳ ଶୀତର ପ୍ରକୋପରେ ଥରୁଥିବା ବେଳେ ସମାଜସେବୀ ପ୍ରତାପ ପ୍ରଧାନ ମହାନତା ଦେଖାଇଛନ୍ତି। ସେ ବିଭିନ୍ନ ସ୍ଥାନକୁ ବୁଲି ଗରିବ ବୃଦ୍ଧା-ବୃଦ୍ଧମାନଙ୍କୁ ଶୀତଦାଉରୁ ରକ୍ଷା ପାଇବା ପାଇଁ କମ୍ବଳ ବିତରଣ କରୁଛନ୍ତି।

କିଛିଦିନ ପୂର୍ବେ ଘୁ ଉଦୟଗିରି ଅଞ୍ଚଳରେ ୪ ଡିଗ୍ରୀ ତାପମାତ୍ରା ରହିଥିଲା। ଏହି ପରିପ୍ରେକ୍ଷୀରେ ଶ୍ରୀ ପ୍ରଧାନ ନିଜର ଖର୍ଚ୍ଚରେ କମ୍ବଳ କିଣି ରାଇକିଆ ବ୍ଲକର ଦିଗି, ମାନିକେଶ୍ୱର, ପଡିଶୀଲା, ପେଟା ପାଙ୍ଗ, ଦାରିଙ୍ଗବାଡିର ତାରବାଡ଼ି, ତୁର୍କୀ ବାଡ଼ି ଘୁ.ଉଦୟଗିରିର ରଟିଙ୍ଗିଆ, ଟିକାବାଲିର ପଧାନପଡା, ପାବୁରିଆ ଠାରେ ବୟସ୍କ ମହିଳା, ବୃଦ୍ଧ ବୃଦ୍ଧାମାନଙ୍କୁ କମ୍ବଳ ବଣ୍ଟନ ପ୍ରଦାନ କରିଛନ୍ତି।

ପାବୁରିଆ ପଞ୍ଚାୟତ ଅନ୍ତର୍ଗତ ବରିଗୁଡ଼ା ଗ୍ରାମର ପ୍ରତାପ ପ୍ରଧାନ ବିଗତ ବର୍ଷରେ ମଧ୍ୟ ବିଭିନ୍ନ ଅଞ୍ଚଳର ଲୋକଙ୍କ ନିମନ୍ତେ ସାହା ଭରସା ପାଲଟିଛନ୍ତି। କେତେବେଳେ ଅସହାୟକମାନଙ୍କୁ ସହାୟତା ପ୍ରଦାନ ତ କେତେବେଳେ ଅର୍ଥ ସାହାଯ୍ୟ। ଏମିତି ଅନେକ ସାହାଯ୍ୟ ଲୋକଙ୍କୁ କରି ଲୋକଙ୍କର ପ୍ରିୟ ଭାଜନ ହୋଇଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe