ଧାନ ବିଲରେ ବି‌ସ୍ଫୋରଣ : ଦୁଇଭାଇ ଗୁରୁତର

Advertisment
ଧାନ ବିଲରେ ବି‌ସ୍ଫୋରଣ : ଦୁଇଭାଇ ଗୁରୁତର

କେନ୍ଦୁଝର/ଘଟଗାଁ : ଧାନବିଲରେ ବିସ୍ଫୋରଣ ଘଟି ଦୁଇଭାଇ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ଘଟଗାଁ ବ୍ଲକ ପଣ୍ଡାପଡ଼ା ଥାନା ଅଧୀନ ବିନିଦା ଗ୍ରାମର କେଦାର ଜୁଆଙ୍ଗ (୩୦) ଓ ମୁକୁନ୍ଦ ଜୁଆଙ୍ଗ (୪୦)। ମିଳିଥିବା ସୂଚନା ଅନୁଯାୟୀ, ଦୁଇ ଭାଇ ଆଜି ସକାଳୁ ସେମାନଙ୍କ ଧାନବିଲକୁ ଯାଇଥିଲେ। ଧାନକ୍ଷେତ ବୁଲାବୁଲି ସାରି ଫେରିବା ବେଳେ ଲଟାବୁଦା ମୂଳେ ରଖାଯାଇଥିବା ବିସ୍ଫୋରକ ସାମଗ୍ରୀ ହଠାତ୍ ପ୍ରଚଣ୍ଡ ଶବ୍ଦ‌ କରି ବିସ୍ଫୋରଣ ହୋଇଥିଲା। ଫଳରେ ଦୁଇ ଭାଇ ଛିଟିକି ପଡ଼ି ଗୁରୁତର ହୋଇଥିଲେ। ଶବ୍ଦ ଓ ଚିତ୍କାର ଶୁଣି ଅନ୍ୟ ବିଲରେ କାମ କରୁଥିବା ଲୋକେ ଦୌଡ଼ିଆସି ଦୁହିଁଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କେଦାରଙ୍କ ଅବସ୍ଥା ସ˚କଟାପନ୍ନ ଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe