ଅନ୍ଧବିଶ୍ୱାସର ବଳୟରେ ମୟୂରଭଞ୍ଜ : ଶବ କାନରେ ଗୁଣିଆ ଫୁଙ୍କିଲା ମନ୍ତ୍ର

Advertisment

୨୦ ଘଣ୍ଟା ପଡ଼ିରହିଲା ଶବ, ଜୀବନ୍ୟାସ ମିଳିଲାନି

୨୦ ଘଣ୍ଟା ପଡ଼ିରହିଲା ଶବ, ଜୀବନ୍ୟାସ ମିଳିଲାନି

ଅନ୍ଧବିଶ୍ୱାସର ବଳୟରେ ମୟୂରଭଞ୍ଜ : ଶବ କାନରେ ଗୁଣିଆ ଫୁଙ୍କିଲା ମନ୍ତ୍ର

ଗିରଫ ହେଲା ଗୁଣିଆ

କୁଳିଅଣା : ଅନ୍ଧବିଶ୍ୱାସର ପୁଣି ଏକ ନଗ୍ନ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାରେ। କୁଳିଅଣା ବ୍ଲକ ତଥା ଚାନ୍ଦୁଆ ଥାନା ଅଞ୍ଚଳର ମାରାଙ୍ଗତାଣ୍ଡି ପଞ୍ଚାୟତର ପୂର୍ବତନ ସରପଞ୍ଚ ଝିନେଇ ଗ୍ରାମର ରାଜାରାମ ମୁର୍ମୁଙ୍କ ମୃତ୍ୟୁ ହେବା ପରେ ଏହାକୁ ସହଜରେ ଗ୍ରହଣ କରିପାରିନଥିଲେ ପରିବାର ଲୋକେ। ସେ ଦୀର୍ଘଦିନ ଧରି କିଡ୍‌ନି ରୋଗରେ ଆକ୍ରାନ୍ତ ହୋଇଥିଲେ। ଶେଷରେ ବାରିପଦା ଡାକ୍ତରଖାନାରେ ୪୫ ବର୍ଷ ବୟସରେ ଗତକାଲି ରାତି ସାଢ଼େ ୯ଟାରେ ତାଙ୍କର ମୃତ୍ୟୁ ହୋଇଥିଲା।

ମୃତ୍ୟୁ ସ୍ୱାଭାବିକ ହୋଇଥିଲା, କିନ୍ତୁ ଏଇଠୁ ହିଁ (ଅନ୍ଧ)ବିଶ୍ୱାସର ଜାଲ ଗୁଡ଼େଇ ହୋଇଯାଇଥିଲା। ଶବ ଦେହରେ ଜୀବନ୍ୟାସ ଦେବା ପାଇଁ ଆଜି ସକାଳୁ ଦୀର୍ଘ ସମୟ ଧରି ଚାଲିଲା ଝଡ଼ାଫୁଙ୍କା। ମୃତବ୍ୟକ୍ତିଙ୍କ କାନରେ ଗୁଣିଆ ଫୁଙ୍କିଚାଲିଲା ମନ୍ତ୍ର। ସମୟ ଗଡ଼ିବା ସହିତ ସାହିଭାଇ ଘଟଣାସ୍ଥଳରେ ଜମାହୋଇଗଲେ। ଦୁଇଦୁଇ ଥର ସରପଞ୍ଚ ହୋଇଥିବାରୁ ମୃତ୍ୟୁ ଖବର ପାଇ ସ୍ଥାନୀୟ ନେତା ଓ ବିଶିଷ୍ଟ ବ୍ୟକ୍ତି ମଧ୍ୟ ପହଞ୍ଚିଲେ। ସିନ୍ଦୂର ବୋଳା ଓ ମନ୍ତ୍ରଫୁଙ୍କା ଦେଖି ସମସ୍ତେ ତାଜୁବ ହେଲେ ସତ, ତାକୁ ବନ୍ଦ କରିପାରିଲେନି। ଦୀର୍ଘ ସମୟ ପରେ ବି ଶବ ଦେହରେ ଜୀବନ ଫେରିଲାନି। ଏହାକୁ ନେଇ ଧୀରେଧୀରେ ଉତ୍ତେଜନା ପ୍ରକାଶ ପାଇଲା। କେହି ଚାନ୍ଦୁଆ ପୁଲିସକୁ ମଧ୍ୟ ଖବର ଦେଇଦେଲେ। ଶେଷରେ ପୁଲିସ ପହଞ୍ଚି ଝାରାପାଳ ଗ୍ରାମର ଓଝା (ଗୁଣିଆ) ସଦା ଟୁଡୁ (୫୦)କୁ ଗିରଫ କରିବା ପରେ ସନ୍ଧ୍ୟାରେ ପ୍ରାୟ ୨୦ ଘଣ୍ଟା ପରେ ଶବ ସତ୍କାର ପାଇଁ ଉଠିଥିଲା।

ଚାନ୍ଦୁଆ ଥାନା ଅଧିକାରୀ ଗୋପାଳଚନ୍ଦ୍ର କର୍ଣ୍ଣ ଏ ସଂକ୍ରାନ୍ତରେ ଖୁଣିଗାରେଡ଼ି ନିରୋଧ ଆଇନ ୮/୧୮ରେ ଏକ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତକୁ ବାରିପଦା କୋର୍ଟଚାଲାଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe