ଗୁଣିଗାରେଡ଼ି ସନ୍ଦେହରେ ୩ ଜଣଙ୍କୁ ହତ୍ୟା ମାମଲା : ୯ ଜଣଙ୍କୁ ଫାଶୀ ଉପରେ ଚୂଡ଼ାନ୍ତ ଶୁଣାଣି ୧୨ରେ

ଗୁଣିଗାରେଡ଼ି ସନ୍ଦେହରେ ୩ ଜଣଙ୍କୁ ହତ୍ୟା ମାମଲା : ୯ ଜଣଙ୍କୁ ଫାଶୀ ଉପରେ ଚୂଡ଼ାନ୍ତ ଶୁଣାଣି ୧୨ରେ

କଟକ : ଗୁଣିଗାରେଡ଼ି ସନ୍ଦେହରେ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା ଘଟଣାରେ ୯ଜଣଙ୍କୁ ଫାଶୀ ଦଣ୍ତ ସ˚ପର୍କିତ ମାମଲାର ଚୂଡ଼ାନ୍ତ ଶୁଣାଣି ଡିସେମ୍ବର ୧୨ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଜଷ୍ଟିସ ଏସ୍‌.କେ.ମିଶ୍ର ଓ ଡକ୍ଟର ଜଷ୍ଟିସ ଏ.କେ.ମିଶ୍ରଙ୍କୁ ନେଇ ଗଠିତ ଖଣ୍ତପୀଠରେ ମାମଲାର ଶୁଣାାଣି ହୋଇଛି। ପରବର୍ତ୍ତୀ ଶୁଣାଣି ସମୟରେ ଏହି ପ୍ରସ˚ଗରେ ସୁପ୍ରିମକୋର୍ଟ ଓ ଓଡ଼ିଶା ହାଇକୋର୍ଟଙ୍କ ରାୟରେ କି ନଜିର ରହିଛି ତାହା ଉପସ୍ଥାପନ କରାଯିବ।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୬, ସେପ୍ଟେମ୍ବର ୯ ତାରିଖ ରାତି ପ୍ରାୟ ୭ଟା ୧୫ରେ ଗୁଣିଗାରେଡ଼ି ସନ୍ଦେହରେ ଅସୀମ ଶବର, ପତ୍ନୀ ଆମ୍ବ ଶବର ଓ ବଡ ଝିଅ ଆଶମଣି ଶବରଙ୍କୁ ପିଟି ପଟି କେତେକ ବ୍ୟକ୍ତି ଅଧମରା କରି ଦେଇଥିଲେ। ଝିଅ ପାଟିରେ କୀଟନାଶକ ଇଞ୍ଜେକସନ୍‌ ଭର୍ତ୍ତି କରି ମୃତ ପ୍ରାୟ କରି ଦେଇଥିଲେ। ଆସାମୀମାନେ ଜୀବନ ଥାଉ ଥାଉ ବାପା-ମା’ ଓ ଝିଅ ୩ଜଣଙ୍କୁ ଗାଁ ଶ୍ମଶାନରେ ଗାତ ଖୋଳି ମାଟି ତଳେ ପୋତି ଦେଇଥିଲେ। ଏହା ପରେ ଦୁଇ ଦିନ ପରେ ପ୍ରମାଣ ନଷ୍ଟ କରିବାକୁ ଶବ ମାଟି ତଳୁ କାଢି ପୋଡି ଦେଇଥିଲେ। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରତ୍ୟେକ ଦୃଶ୍ୟର ଜଣେ ମାତ୍ର ସାକ୍ଷୀ ରହିଥିଲେ ପୀଡ଼ିତ ପରିବାରର ସାନ ଝିଅ। ତାଙ୍କୁ ମଧୢ ଦୁଇ ଦିନ ଧରି ଗାଁର ଜଣେ ବ୍ୟକ୍ତିଙ୍କ ଘରେ ନଜରବନ୍ଦୀ କରି ରଖାଯାଇଥିଲା। କୌଶଳକ୍ରମେ ସେ ଗାଁରୁ ଖସି ଆସିବାରୁ ଘଟଣା ଲୋକଲୋଚନକୁ ଆସିଥିଲା।

ପର୍ଯ୍ୟାୟକ୍ରମେ ହତ୍ୟାକାଣ୍ତରେ ସ˚ପୃକ୍ତ ୧୦ଜଣଙ୍କୁ ପୁଲିସ ଗିରଫ କରିଥିଲା। ସେମାନଙ୍କ ମଧୢରୁ ଜଣେ ନାବାଳକ ଥିଲା। ଚାର୍ଜସିଟ ଦାଖଲ ପରେ ଏହି ହତ୍ୟାକାଣ୍ତ ମାମଲାର ଶୁଣାଣି ଗୁଣପୁର ଅତିରିକ୍ତ ଦୌରା ଜଜ୍‌ ଅଦାଲତରେ ଆରମ୍ଭ ହୋଇଥିଲା। ପ୍ରକାଶିତ ରାୟରେ ଅଦାଲତ ଡେଗୁନୁ ଶବର, ଅଜନ୍ତ ଶବର, ବୁଭୁନା ଶବର, ମାଲୁକୁ ଶବର, ପୋଡାନ୍ତୁ ଶବର, ଇରୁ ଶବର, ଲାକିଆ ଶବର, ଦଶନ୍ତ ଶବର ଓ ଦାଲସା ଶବରଙ୍କୁ ଫାଶୀ ଦଣ୍ତାଦେଶ ପ୍ରଦାନ କରିଥିଲେ। ସାଇଣ୍ଟିଫିକ୍‌ ରିପୋର୍ଟ ସହିତ ପ୍ରତ୍ୟକ୍ଷଦର୍ଶୀଙ୍କ ସମେତ ୧୧ଜଣଙ୍କ ବୟାନକୁ ଆଧାର କରି ଅଦାଲତ ଏହି ଫାଶୀ ଦଣ୍ତାଦେଶ ପ୍ରଦାନ କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ରତିକାନ୍ତ ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe