ଡାହାଣୀ ସନ୍ଦେହରେ ହତ୍ୟା ମାମଲା: ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଲା ମହିଳା ଓ ଶିଶୁ ବିକାଶ ବିଭାଗ

କଙ୍କଡ଼ାହାଡ଼ରେ ୱାର୍ଡସଭ୍ୟା ସ୍ୱାମୀଙ୍କୁ ହତ୍ୟା

DNA India

ଭୁବନେଶ୍ବର : ରାଜ୍ୟରେ ଡାହାଣୀ ସନ୍ଦେହରେ ହତ୍ୟା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ଜାତୀୟ ମାନବିକ ଅଧିକାର କମିସନ(ଏନ୍‌ଏଚ୍‌ଆର୍‌ସି)ଙ୍କ ନିର୍ଦ୍ଦେଶରେ ୨୦୧୭ ମସିହାରେ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ ହୋଇଥିଲା। ଏହାକୁ କିଭଳି କାର୍ଯ୍ୟକାରୀ କରାଯାଉଛି, ସେ ସଂକ୍ରାନ୍ତରେ ରିପୋର୍ଟ ପ୍ରଦାନ ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରିଛି ରାଜ୍ୟ ମହିଳା ଏବଂ ଶିଶୁ ବିକାଶ ବିଭାଗ। ଏଥିରେ କୁହାଯାଇଛି, ଡାହାଣୀକୁ ନେଇ ଅନ୍ଧବିଶ୍ବାସ ରହିଥିବା ଅଞ୍ଚଳରେ ଅଙ୍ଗନବାଡ଼ି କର୍ମୀମାନେ ମହିଳା ଏବଂ ଏସଏଚ୍‌ଜି ମଧ୍ୟରେ ସଚେତନତା ସୃଷ୍ଟି କରିବେ। ଏହାକୁ କିଭଳି ରୋକା ଯାଇପାରିବ ସେନେଇ ପଦକ୍ଷେପ ଗ୍ରହଣ କରିବେ।

ସୂଚନା ଅନୁଯାୟୀ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ନୟାଗଡ଼, ରାୟଗଡ଼ା ଭଳି ଆଦିବାସୀ ପ୍ରଭାବିତ ଅଞ୍ଚଳରେ ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା ଭଳି ଅନେକ ଘଟଣା ଲୋକଲୋଚନ ଆସୁଛି। ଏହାବ୍ୟତୀତ ବିଭିନ୍ନ ସ୍ଥାନରେ ଡାହାଣୀ ସନ୍ଦେହରେ ମହିଳାମାନଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ମଧ୍ୟ ଦିଆଯାଉଛି। ଏଭଳି ଅନ୍ଧବିଶ୍ବାସ ଯୋଗୁଁ ଆଜି ବି ପ୍ରାୟ ସବୁ ସ୍ଥାନରେ ସ୍ବାମୀ ହରାଇଥିବା ମହିଳାଙ୍କୁ ବିବାହ ଆଦି ବିଭିନ୍ନ ଶୁଭ କାର୍ଯ୍ୟରେ ବାରଣ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe