ଗୁଣିଗାରେଡ଼ି ସନ୍ଦେହରୁ ହତ୍ୟା, ବୃଦ୍ଧଙ୍କୁ କୁରାଢ଼ିରେ ହାଣିଲେ ୨ ଦୁର୍ବୃତ୍ତ

ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

Representational image: The Express Tribune

ଚୌଦ୍ବାର : ଚୌଦ୍ବାର ଅଞ୍ଚଳରେ ଘଟିଛି ଏକ ବୀଭତ୍ସ ହତ୍ୟାକାଣ୍ଡ। ଗୁଣିଗାରେଡ଼ି ସନ୍ଦେହରେ ଜଣେ ବୃଦ୍ଧଙ୍କୁ କୁରାଢ଼ିରେ ହାଣି ହତ୍ୟା କରିଛନ୍ତି ଦୁଇ ଦୁଇ ଦୁର୍ବୃତ୍ତ। ଚୌଦ୍ବାର ଥାନା ଅନ୍ତର୍ଗତ ମଙ୍ଗରାଜପୁର ପଂଚାୟତର ରାମଚନ୍ଦ୍ରପୁର ନିକଟସ୍ଥ ବେରେଣା ଗ୍ରାମରେ ଗତକାଲି ରାତିରେ ଘଟିଥିବା ଏହି ହତ୍ୟାକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି। ବେରେଣା ଗ୍ରାମର ସିଙ୍ଗିରାଏ ସଏ (୬୯) ନିଜ ଘରୁ ଗତକାଲି ସନ୍ଧ୍ୟାରେ ବାହାରି ଘର ନିକଟସ୍ଥ ବିଲ ପାଖରେ ଥିବା ଏକ କୁଡିଆକୁ ଯାଇଥିଲେ। ଡାଳିଯୋଡା ସଂରକ୍ଷିତ ଜଙ୍ଗଲରୁ ହାତୀପଲ ଆସି ଧାନ ଫସଲ ନଷ୍ଟ କରୁଥିବାରୁ ସିଙ୍ଗିରାଏ ସଏ ସେହି ଗ୍ରାମର ତ୍ରିଭୂବନ ମହାକୁଡ ଘର ପାଖରେ ଥିବା କୁଡିଆ ପାଖରେ ନିଆଁ ଲଗାଇ ଜଗି ରହିଥିଲେ। ରାତି ପ୍ରାୟ ୯ଟା ପରେ ଗ୍ରାମର ସ୍ବର୍ଗତ ରାଜେନ୍ଦ୍ର ସୁରିଙ୍କ ପୁଅ ଦେବେନ୍ଦ୍ର ସୁରି ଓ ସ୍ବର୍ଗତ ଚନ୍ଦ୍ରମଣି ସଏଙ୍କ ପୁଅ ଲାଲମୋହନ ସିଙ୍ଗିରାଏ ପାଖରେ ପହ‌ଞ୍ଚିଥିଲେ। ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ଯୁକ୍ତିତର୍କ ହେବାପରେ ଦେବେନ୍ଦ୍ର ଏକ କୁରାଢିରେ ସିଙ୍ଗିରାଏଙ୍କ ମୁଣ୍ତକୁ ଦୁଇ ଥର ଚୋଟ ପକାଇଥିଲା। ଫଳରେ ଘଟଣାସ୍ଥଳରେ ସିଙ୍ଗିରାଏଙ୍କର ମୃତ୍ୟୁ ହୋଇଥିଲା। ଏଭଳି ଜଘନ୍ୟ କାଣ୍ତ ଘଟାଇବାପରେ ମୃତ ସିଙ୍ଗିରାଏଙ୍କ ଶବକୁ ପ୍ରାୟ ୧୦୦ ମିଟର ଘୋଷାଡ଼ିନେଇ ଏକ ଛୋଟ ଶାଳୁଆ ଜଙ୍ଗଲରେ ଫୋପାଡ଼ିଦେବା ପରେ ଦୁଇ ଦୁର୍ବୃତ୍ତ ସେଠାରୁ ଫେରାର ହୋଇଯାଇଥିଲେ। ପୁଲିସ ଏ ସଂକ୍ରାନ୍ତରେ ଅନୁସନ୍ଧାନ କରିବା ସହ ୨ ଜଣଙ୍କୁ ଥାନାରେ ଅଟକ ରଖିଛି। ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ହେଉଛି ମୃତ ସିଙ୍ଗିରାଏଙ୍କ ସଂପର୍କୀୟ। ମୃତ ସିଙ୍ଗିରାଏଙ୍କର ପତ୍ନୀ, ଦୁଇ ପୁଅ ଏବଂ ସେମାନଙ୍କ ପରିବାର ଅଛନ୍ତି। ଥାନା ଅଧିକାରୀ ପଦ୍ମନାଭ ପ୍ରଧାନଙ୍କ ନିେର୍ଦ୍ଦଶକ୍ରମେ ଏସ୍‌.ଆଇ ତପସ୍ବିନୀ କାନୁନଗୋ ଘଟଣାର ତଦନ୍ତ କରୁଛନ୍ତି। ଦଫା ୩୦୨ରେ ମାମଲା ରୁଜୁ ହେବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କଟକ ବଡ଼ଡାକ୍ତରଖାନାକୁ ପଠାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe