ଅନ୍ଧାରୀ ମୂଲକରେ ଅନ୍ଧବିଶ୍ବାସ : ଫାଟୁଆ ରୋଗ ନିରାକରଣ ପାଇଁ ଠାକୁରାଣୀଙ୍କ ପୂଜାର୍ଚ୍ଚନା

Advertisment
ଅନ୍ଧାରୀ ମୂଲକରେ ଅନ୍ଧବିଶ୍ବାସ : ଫାଟୁଆ ରୋଗ ନିରାକରଣ ପାଇଁ ଠାକୁରାଣୀଙ୍କ ପୂଜାର୍ଚ୍ଚନା

ବନ୍ତଳା : ମଣିଷ ଏହି ଯୁଗରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିବା ବେଳେ ଏବେ ମଧ୍ୟ ଲୋକେ ଅନ୍ଧବିଶ୍ବାସକୁ ଜାବୁଡ଼ି ଧରିଛନ୍ତି। ଏମିତି ଏକ ଘଟଣା ଦେଖିବାମୁ ମିଳିଛି ସାତକୋଶିଆ ଅଞ୍ଚଳର ତରଭା ଗ୍ରାମରେ। ଗାଁରେ ଶହଶହ ଗୃହପାଳିତ ପ୍ରାଣୀ ଯଥା ଗାଈ, ଗୋରୁ, ଛେଳି ମେଣ୍ଢା, ମଇଁଷିଗୁଡ଼ିକ ଏବେ ଫାଟୁଆ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ଲୋକେ ଡାକ୍ତରଙ୍କ ପରାମର୍ଶ କରିବା ପରିବର୍ତ୍ତେ ଠାକୁରାଣୀଙ୍କ ପୂଜାର୍ଚ୍ଚନା କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଘଟଣାରୁ ପ୍ରକାଶ ଯେ, ପ୍ରାୟ ୫୦ ଦିନ ହେବ ତରଭା ଗାଁର ଗୃହପାଳିତ ପ୍ରାଣୀଗୁଡ଼ିକ ଫାଟୁଆ ରୋଗରେ ଆକ୍ରାନ୍ତ ହୋଇଥିଲେ। ତାହା ସ˚କ୍ରାମକ ରୋଗ ହୋଇଥିବାରୁ ସମସ୍ତ ଗୃହପାଳିତ ପଶୁମାନଙ୍କୁ ଆକ୍ରାନ୍ତ କରିଛି। ତେବେ ଗ୍ରାମବାସୀ ଏହା ଠାକୁରାଣୀଙ୍କ କୋପ ବୋଲି ବିଶ୍ବାସ କରି ଆଜି ଗାଁମୁଣ୍ତରେ ମା’ମଙ୍ଗଳାଙ୍କୁ ଧୂପଦୀପ ଛେନା ପଣା ଦେଇ ପୂଜାର୍ଚ୍ଚନା କରି ଗୃହପାଳିତ ପ୍ରାଣୀମାନଙ୍କୁ ଧୂପଦୀପ ଦେଇଥିଲେ। ଏପରିକି ଆଜି ଗାଁ ଲୋକ ଉପବାସ କରିବା ସହିତ କେବଳ ଖେଚୁଡ଼ି ଅନ୍ନ ଖାଇଥିବା ପ୍ରକାଶ କରିଛନ୍ତି। ଏପରି କଲେ ଗୃହପାଳିତ ପ୍ରାଣୀଙ୍କଠାରୁ ଫାଟୁଆ ରୋଗ ଦୂର ହେଉଥିବା ଗାଁ ଲୋକଙ୍କ ବିଶ୍ବାସ ରହିଛି। ଗାଁର ବୃଦ୍ଧଠାରୁ ଆରମ୍ଭ କରି ପିଲା ପର୍ଯ୍ୟନ୍ତ ଏଥିରେ ସାମିଲ୍‌ ଥିବା ଜଣାପଡ଼ିଛି। ଏହା ବିଶ୍ବାସ ହେଉ କି ଅନ୍ଧବିଶ୍ବାସ କିନ୍ତୁ ବର୍ଷ ବର୍ଷ ଧରି ଏହା ଚାଲିଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି। ଗ୍ରାମର ପୂଜକ କୂଶ ପ୍ରଧାନଙ୍କ ନେତୃତ୍ବରେ ଗଗନ ପ୍ରଧାନ, ଦେବକୀ ଭୋଇ, କରୁଣା ଭୋଇ, ଦଶରୁ ପ୍ରଧାନ, ନୀଳମଣି ଭୋଇ, କୈଳାସ ସେଠୀ, ବ୍ରଜ ଭୋଇ ପ୍ରମୁଖ ଏଥିରେ ସାମିଲ୍‌ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe