ବ୍ଲକ୍‌ ଅଧ୍ୟକ୍ଷ ନିର୍ବାଚନ ସରିଲା: ବିଜେଡିର ଦାବି, ୮୯% ବ୍ଲକ୍‌ ଦଖଲ

Advertisment

ସଂଖ୍ୟା ନେଇ ନିରବ ରହିଛନ୍ତି ବିଜେପି, କଂଗ୍ରେସ, ବାମଦଳ; ବହୁ ସ୍ଥାନରେ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ଜିତିଲେ

ସଂଖ୍ୟା ନେଇ ନିରବ ରହିଛନ୍ତି ବିଜେପି, କଂଗ୍ରେସ, ବାମଦଳ; ବହୁ ସ୍ଥାନରେ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ଜିତିଲେ

ବ୍ଲକ୍‌ ଅଧ୍ୟକ୍ଷ ନିର୍ବାଚନ ସରିଲା: ବିଜେଡିର ଦାବି, ୮୯% ବ୍ଲକ୍‌ ଦଖଲ

ଭୁବନେଶ୍ୱର : ଶନିବାର ଦିନ ୩୧୪ଟି ବ୍ଲକରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଶେଷ ହୋଇଛି। ବାଣପୁର ବ୍ଲକ ସମେତ ରାଜ୍ୟର କିଛି ବ୍ଲକକୁ ଛାଡ଼ିଦେଲେ ଅନ୍ୟ ସବୁ ସ୍ଥାନରେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ଶେଷ ହୋଇଛି। କିଛି ବ୍ଲକ୍‌ରେ ଶେଷ ପର୍ଯ୍ୟନ୍ତ ଛକାପଞ୍ଝା ଲାଗିଥିଲା। କାଳେ କ୍ରସ୍‌ ଭୋଟିଂ ହୋଇଯିବ, ଭୋଟ୍‌ ନଦେଇ ସମିତି ସଭ୍ୟ ପଳାଇବେ ତାହା ଉପରେ ପ୍ରାର୍ଥୀ ଏବଂ ବିଭିନ୍ନ ଦଳୀୟ ନେତାଙ୍କ ନଜର ଥିଲା। ନିର୍ବାଚନ ପରେ ଦୀର୍ଘ ଦିନ ହେଲା ଅଜ୍ଞାତବାସରେ ଥିବା ପଞ୍ଚାୟତ ସମିତି ସଭ୍ୟଙ୍କୁ ଶନିବାର ଦିନ ବ୍ଲକ କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା।

publive-image

ଅପରପକ୍ଷେ ବିଜେଡି ଦାବି କରିଛି ଯେ ସେମାନଙ୍କ ସମର୍ଥିତ ନେତାମାନଙ୍କ ଦଖଲରେ ୨୭୮ ବ୍ଲକ (୮୮.୫୩%) ରହିଛି। ବହୁ ବ୍ଲକରେ ବିଜେଡି ସମର୍ଥିତ ନେତାମାନେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ସେହିଭଳି ଆଉ କିଛି ସ୍ଥାନରେ ବି‌େଜଡି ବିଧାୟକଙ୍କ ସମର୍ଥିତ ପ୍ରାର୍ଥୀଙ୍କ ବିରୋଧରେ ସମାନ୍ତରାଳ ପ୍ରାର୍ଥୀ ଦେଇଥିବା ଦଳୀୟ ନେତା ମାନେ ବାଜିମାତ୍ କରିଛନ୍ତି। ହେଲେ ଏସବୁ କିନ୍ତୁ ବିଜେଡି ଖାତାରେ ଯାଇଛି। ଆଉ କିଛି ସ୍ଥାନରେ ଦୁଇ ପ୍ରାର୍ଥୀଙ୍କୁ ସମାନ ଭୋଟ୍ ମିଳିବାରୁ ଧର୍ମଗୁଳା ପକାଇ ବ୍ଲକ ଅଧ୍ୟକ୍ଷ ବଛାଯାଇଥିବା ଖବର ଆସିଛି। ତେବେ ଅନ୍ୟ ରାଜନୈତିକ ଦଳ କେତେ ଆସନ ଦଖଲ କଲେ, ସେ ସଂପର୍କରେ ନିରବ ଅଛନ୍ତି।

ଆମ ପ୍ରତିନିଧିଙ୍କ ତଥ୍ୟ ଅନୁସାରେ, ବିଜେଡି ସମର୍ଥିତ ୨୬୧ ଜଣ ବ୍ଲକ ଅଧ୍ୟକ୍ଷ ହୋଇଛନ୍ତି। ବିଜେପି ସମର୍ଥିତ ନେତା ୧୮ ବ୍ଲକରେ ଏବଂ କଂଗ୍ରେସ ସମର୍ଥିତ ୮ଟି ବ୍ଲକରେ ଅଧ୍ୟକ୍ଷ ହୋଇଛନ୍ତି। ସିପିଏମ୍ ସମର୍ଥିତ ସଦସ୍ୟ ୩ଟି ବ୍ଲକ ଦଖଲ କରିଥିବା ବେଳେ ସ୍ବାଧୀନ ଓ ବିଦ୍ରୋହୀ ପ୍ରାର୍ଥୀଙ୍କ ଦଖଲରେ ୨୩ଟି ବ୍ଲକ ରହିଛି। ଛତ୍ରପୁରରେ ନିର୍ବାଚନ ବାତିଲ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe