ଦିଗପହଣ୍ଡି: ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ଅଧ୍ୟକ୍ଷା ସୁନୀତା ସେଠୀ ଆଉ ନାହାନ୍ତି। ରବିବାର ଅପରାହ୍ଣରେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କନ୍ଦ୍ରେରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି। କିଛି ମାସ ହେଲା ସେ ଥାଲେସେମିୟା ରୋଗରେ ପୀଡିତ ଥିଲେ। ତେଣୁ ତାଙ୍କର ଚିକିତ୍ସା ଚାଲିଥିଲା।
ସ୍ବର୍ଗତଃ ସୁନୀତା କୁମାରୀ ସେଠୀ ଗତ ପଞ୍ଚାୟତ ନିର୍ବାଚନରେ ଗୋକର୍ଣ୍ଣପୁର ପଞ୍ଚାୟତର ସମିତି ସଭ୍ୟା ପ୍ରାର୍ଥୀନୀ ଭାବେ ନିର୍ବାଚନ ଲଢ଼ି ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ବ୍ଳକ ଅଧ୍ୟକ୍ଷା ଭାବେ ବିନା ପ୍ରତି ଦ୍ଵନ୍ଦିତାରେ ନିର୍ବାଚତ ହୋଇ କାର୍ଯ୍ୟଭାର ଗ୍ରହଣ କରିଥିଲେ। ଏହି ସମୟରେ ସେ ଥାଲାସେମିଆ ( ରକ୍ତହୀନତା) ଭଳି ରୋଗରେ ପୀଡିତ ହୋଇ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ସେବନ କରି ଆସୁଥିଲେ। ଗତକାଲି ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁରସ୍ଥିତ ଏକ ଘରୋଇ କ୍ଳିନିକରେ ଚିକିତ୍ସା ହେବାପରେ ସୁସ୍ଥତା ଅନୁଭବ କରିବାରୁ ଘରକୁ ଫେରି ଆସିଥିଲେ । କିନ୍ତୁ ରବିବାର ଅପରାହ୍ନରେ ପୁଣି ଗୁରୁତର ହେବାରୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ସ୍ବାମୀ କୃଷ୍ଣଚନ୍ଦ୍ର ସେଠୀ ଭର୍ତ୍ତି କରାଇଥିଲେ। ତେବେ ସେଠାରେ ଉପସ୍ଥିତ ଡାକ୍ତର ଅଧ୍ଯକ୍ଷାଙ୍କୁ ମୃତ ଘୋଷଣା କରିଥିଲେ। ସୁନୀତା କୁମାରୀ ସେଠୀଙ୍କ ପରଲୋକରେ ଦିଗପହଣ୍ଡି ବ୍ଳକ ଅଞ୍ଚଳରେ ଶୋକର ବାତାବରଣ ଖେଳି ଯାଇଛି। ଶୋକାକୁଳ ପରିବେଶ ମଧ୍ୟରେ ସମ୍ପୂର୍ଣ୍ଣ ଗୋକର୍ଣ୍ଣପୁର ଗ୍ରାମ କ୍ରନ୍ଦନରେ ଫାଟି ପଡୁଥିବା ବେଳେ ସ୍ବାମୀ ଓ ୬ ବର୍ଷର ଝିଅ ମା’କୁ ଝୁରି ବାହୁଙ୍ଗୀ ବାହୁଙ୍ଗୀ କାନ୍ଦୁଛନ୍ତି।
Follow Us