କଳାହାଣ୍ଡି ଜିଲ୍ଲାର ବ୍ଲକ ମାନଙ୍କରେ ବିଧାୟକମାନଙ୍କ କ୍ଷମତା ପ୍ରୟୋଗ ଅଭିଯୋଗ : ଜିଲ୍ଲା ପ୍ରକଳ୍ପ ଅଧିକାରୀଙ୍କ ଦ୍ୱାରସ୍ଥ ହେଲେ ବ୍ଲକ ଅଧ୍ୟକ୍ଷ ଅଧ୍ୟକ୍ଷା ସଙ୍ଘ

Advertisment
କଳାହାଣ୍ଡି ଜିଲ୍ଲାର ବ୍ଲକ ମାନଙ୍କରେ ବିଧାୟକମାନଙ୍କ କ୍ଷମତା ପ୍ରୟୋଗ ଅଭିଯୋଗ : ଜିଲ୍ଲା ପ୍ରକଳ୍ପ ଅଧିକାରୀଙ୍କ ଦ୍ୱାରସ୍ଥ ହେଲେ ବ୍ଲକ ଅଧ୍ୟକ୍ଷ ଅଧ୍ୟକ୍ଷା ସଙ୍ଘ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଏକ ଅନୁନ୍ନତ ଜିଲ୍ଲା ହୋଇଥିବା ବେଳେ ଏଥିରେ ୧୩ଟି ବ୍ଲକ ଅଛି । ଏହି ୧୩ଟି ବ୍ଲକ ମଧ୍ୟରୁ ୯ଟି ବ୍ଲକରେ ମହିଳା ଅଧ୍ୟକ୍ଷା ଅଛନ୍ତି । ଜିଲ୍ଲାର ବିଧାୟକମାନେ ମାତ୍ରାଧିକ କ୍ଷମତା ପ୍ରୟୋଗ କରି ପ୍ରତ୍ୟେକ ଉନ୍ନୟନ ମୂଳକ କାର୍ଯ୍ୟରେ ହସ୍ତକ୍ଷେପ କରି ବାଧା ସୃଷ୍ଟି କରୁଛନ୍ତି । ଫଳରେ ଉନ୍ନୟନ ମୂଳକ କାର୍ଯ୍ୟ ଆଖି ଦୃଶିଆ ଭାବରେ ତ୍ଵରାନ୍ୱିତ ହୋଇପାରୁନାହିଁ । ଯାହା ଦ୍ୱାରା ରାଜ୍ୟ ସରକାର ଯୋଗାଇ ଦେଇଥିବା ଅର୍ଥର କାର୍ଯ୍ୟ ସମ୍ପାଦନ ପ୍ରମାଣ ପତ୍ର ଠିକ ସମୟରେ ପ୍ରଦାନ କରିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ।

ତେଣୁ ଏହାର ସମାଧନ ପାଇଁ ଆଜି ଜିଲ୍ଲା ବ୍ଲକ ଅଧ୍ୟକ୍ଷ ସଂଘର ସଭାପତି ତଥା ଭବାନୀପାଟଣା ସଦର ବ୍ଲକ ଅଧ୍ୟକ୍ଷା ସନ୍ତୋସୀ ଦାସଙ୍କ ନେତୃତ୍ୱରେ ଏକ ଟିମ କଳାହାଣ୍ଡି ଜିଲ୍ଲା ପ୍ରକଳ୍ପ ଅଧିକାରୀଙ୍କୁ ଭେଟି ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ । ଏହି ପ୍ରତିନିଧି ଦଳରେ କଲମପୁର ବ୍ଲକ ଅଧ୍ୟକ୍ଷା ମଞ୍ଜୁଳା ସାହୁ, କୋକସରା ବ୍ଲକ ଅଧ୍ୟକ୍ଷା ସଭ୍ୟାରାଣୀ ବାଗ, କେସିଙ୍ଗା ବ୍ଲକ ଅଧ୍ୟକ୍ଷା ସୁକାନ୍ତି ବେହେରା, ଜୁନାଗଡ଼ ବ୍ଲକ ଅଧ୍ୟକ୍ଷା ନୁର୍ଯ୍ୟ ମାଝୀ, ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ତୁଲେଶ୍ଵର ନାଏକ, ଜୟପାଟଣା ବ୍ଲକ ଅଧ୍ୟକ୍ଷା ନୌକେଶି ରାଉତ, ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷ ଫକୀର ମାଝୀ , ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷ ବଳରାମ ପୁଝରୀ, ଥୁଆମୂଳ ରାମପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ମାଝୀ, ମଦନପୁର ରାମପୁର ବ୍ଲକ ଅଧ୍ୟକ୍ଷ ଯିବେଶ ପଣ୍ଡା, ନର୍ଲା ବ୍ଲକ ଅଧ୍ୟକ୍ଷା ନିରୂପମା ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe