ବ୍ଲକ୍‌ ଅଧ୍ୟକ୍ଷା ଏବେ ଆଶାକର୍ମୀ: ଜୀବନ ଜୀବିକା ପାଇଁ କରୁଛନ୍ତି ସଂଘର୍ଷ

Advertisment

ଦିନେ ବ୍ଲକ୍ ଅଧ୍ୟକ୍ଷା ଥିଲେ। ଗାଁକୁ ଗାଁ ବୁଲି ଲୋକଙ୍କ ସୁବିଧା, ଅସୁବିଧା ଦୂର କରୁଥିଲେ। ବହୁ ଗରିବ ହିତାଧିକାରୀଙ୍କୁ ଭତ୍ତା, ଆବାସ ଯୋଜନାରେ ସାମିଲ କରିଥିଲେ। ହେଲେ ସମୟ ସ୍ରୋତରେ ବଦଳି ଯାଇଛି ସବୁ କିଛି।

ଦିନେ ବ୍ଲକ୍ ଅଧ୍ୟକ୍ଷା ଥିଲେ। ଗାଁକୁ ଗାଁ ବୁଲି ଲୋକଙ୍କ ସୁବିଧା, ଅସୁବିଧା ଦୂର କରୁଥିଲେ। ବହୁ ଗରିବ ହିତାଧିକାରୀଙ୍କୁ ଭତ୍ତା, ଆବାସ ଯୋଜନାରେ ସାମିଲ କରିଥିଲେ। ହେଲେ ସମୟ ସ୍ରୋତରେ ବଦଳି ଯାଇଛି ସବୁ କିଛି।

daadad

ଝରିଗାଁ (ରମେଶ ପଟ୍ଟନାୟକ): ଦିନେ ବ୍ଲକ୍ ଅଧ୍ୟକ୍ଷା ଥିଲେ। ଗାଁକୁ ଗାଁ ବୁଲି ଲୋକଙ୍କ ସୁବିଧା, ଅସୁବିଧା ଦୂର କରୁଥିଲେ। ବହୁ ଗରିବ ହିତାଧିକାରୀଙ୍କୁ ଭତ୍ତା, ଆବାସ ଯୋଜନାରେ ସାମିଲ କରିଥିଲେ। ହେଲେ ସମୟ ସ୍ରୋତରେ ବଦଳି ଯାଇଛି ସବୁ କିଛି। ରାଜନୀତିରୁ ଓହରି ଯିବା ପରେ ବ୍ଲକ୍ ଅଧ୍ୟକ୍ଷା ଏବେ ଆଶା କର୍ମୀ ଭାବେ କାମ କରୁଛନ୍ତି। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ପୂର୍ବତନ ଅଧ୍ୟକ୍ଷା ସୁମିତ୍ରା କୁମ୍ଭାର। ୧୯୯୨ ପଞ୍ଚାୟତ ନିର୍ବାଚନରେ ମହିଳାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଥିଲେ ତତ୍କାଳନୀ ସରକାର। ସୁମିତ୍ରା ବେଲଗାଁ ପଞ୍ଚାୟତର ଏକ ମାତ୍ର ଦଶମ ଶ୍ରେଣୀ ପଢ଼ିଥିବା ମହିଳା ଥିଲେ। ପରିବାର ବର୍ଗଙ୍କ ସହମତି, ସ୍ଥାନୀୟ ଲୋକଙ୍କ ସମର୍ଥନରେ ଜନତା ଦଳରୁ ବେଲଗାଁ ପଞ୍ଚାୟତର ସମିତିସଭ୍ୟା ଭାବେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ସମିତିସଭ୍ୟ ଓ ସଭ୍ୟାଙ୍କ ସହମତିରେ ଝରିଗାଁ ବ୍ଲକ୍‌ ଉପାଧ୍ୟକ୍ଷା ଭାବେ ଦାୟିତ୍ବ ନେଇଥିଲେ।

ବ୍ଲକ ଅଧ୍ୟକ୍ଷ ଭଗବାନ ମାଝୀ ୧୯୯୪ ମସିହାରେ ଜନତା ଦଳରୁ ରାଜ୍ୟସଭା ସାଂସଦ ଭାବେ ମନୋନୀତ ହେବା ପରେ ସୁମିତ୍ରା ବ୍ଲକ୍‌ ଅଧ୍ୟକ୍ଷା ଦାୟିତ୍ୱ ତୁଲାଇଥିଲେ। ବିଜୁ ବାବୁଙ୍କ ଅତି ନିକଟତର ସୁମିତ୍ରା ବହୁ ଲୋକଙ୍କ ସଂସ୍ପର୍ଶରେ ଆସି ଜନତା ଦଳର ସ୍ଥିତିକୁ ସୁଦୃଢ଼ କରିପାରିଥିଲେ। କିନ୍ତୁ ୨୦୦୨ ନିର୍ବ‌ାଚନରେ ଫୁପୁଗାଁ ପଞ୍ଚାୟତ ସମିତିସଭ୍ୟା ଏବଂ ୨୦୦୭ ନିର୍ବାଚନରେ ଝରିଗାଁ ଏକ ନମ୍ବର ଜୋନ ଜିଲ୍ଲା ପରିଷଦ ଭାବେ ପ୍ରତିଦ୍ୱନ୍ଦ୍ବିତା କରି ହାରି ଯାଇଥିଲେ।  ଏହା ପରେ ପରିବାର ଲୋକଙ୍କ ଅସହଯୋଗ ଓ ଆର୍ଥିକ ସମସ୍ୟା କାରଣରୁ ରାଜନୀତିରୁ ଦୂରେଇ ଯାଇଥିଲେ ସୁମତ୍ରା। ବ୍ଲକ୍ ଅଧ୍ୟକ୍ଷା, ଉପାଧ୍ୟକ୍ଷା ଭଳି ଦୁଇ ଗୁରୁତ୍ବପୂର୍ଣ୍ଣ ପଦବୀରେ ସୁମିତ୍ରା ଥିଲେ ମଧ୍ୟ ନିଜ ପାଇଁ କିଛି କରିପାରିନାହାନ୍ତି। ଆର୍ଥିକ ସ୍ଥିତି ଏମିତି ଯେ ରାଜନୀତି ଛାଡ଼ିବା ପରେ ଜୀବିକା ଯୋଗାଡ଼ କରିବା ଛଡ଼ା ଅନ୍ୟ କିଛି ପନ୍ଥା ନଥିଲା। ୨୦୦୭ରେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ବେଲଗାଁ ଲାଗି ଆଶାକର୍ମୀ ଭାବେ ନିଯୁକ୍ତି ପାଇଥିଲେ ସୁମିତ୍ରା। ଏହା ଭିତରେ ବିତିଯାଇଛି ୧୮ ବର୍ଷ। ଗର୍ଭବତୀଙ୍କୁ ଡାକ୍ତରଖାନାରେ ସୁରକ୍ଷିତ ପ୍ରସବ, ବନ୍ଧ୍ୟାକରଣ, ମ୍ୟାଲେରିଆ ନିରାକରଣ, କୁଷ୍ଠ ଓ ଯକ୍ଷ୍ମା ରୋଗୀଙ୍କୁ ଚିହ୍ନଟ କରି ନିୟମିତ ଔଷଧ ସେବନ କରାଇ ରୋଗ ମୁକ୍ତ କରିବାରେ ସକ୍ଷମ ହୋଇଛନ୍ତି ସୁମିତ୍ରା। ଯେଉଁଥି ପାଇଁ ନବରଙ୍ଗପୁର ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦୁଇ ଥର, ଝରିଗାଁ ବ୍ଲକରେ ୩ ଥର ଏବଂ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଥରେ ସମ୍ମାନିତ ହୋଇଛନ୍ତି। ସୁମିତ୍ରାଙ୍କ ସ୍ୱାମୀ ଗୁଣଧର କୁମ୍ଭାରଙ୍କ ଦେହାନ୍ତ ହୋଇ ଯାଇଥିବା ବେଳେ ତିନି ଝିଅଙ୍କ ମଧ୍ୟରୁ ଦୁଇ ଜଣଙ୍କର ବିବାହ ସରିଛି। ଅନ୍ୟ ଏକ ଝିଅ ଭିନ୍ନକ୍ଷମ। ଏକ ମାତ୍ର ପୁଅ ଗାଁରେ କୁଲି କାମ କରି ଯାହା ରୋଜଗାର କରୁଛନ୍ତି ସେତିକିରେ ପରିବାର ଚଳୁଛି। ପ୍ରଶାସନ ପକ୍ଷରୁ ସରକାରୀ ସହାୟତା ଭାବେ ପରିବାରକୁ ୨୫ କିଲୋ ଚାଉଳ ଏବଂ ଭିନ୍ନକ୍ଷମ ଝିଅକୁ ଏକ ହଜାର ଟଙ୍କା ଭତ୍ତା ବାବଦକୁ ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe