ବ୍ଲକଗ୍ରାଣ୍ଟ ଅଧ୍ୟାପକଙ୍କୁ ଆଶ୍ୱସ୍ତି : ଉଠିଲା ଲିଖିତ ସତ୍ୟପାଠ

Advertisment

୬ ତାରିଖ ସୁଦ୍ଧା ସ୍କୁଲଗୁଡ଼ିକରୁ ଉଠିବା ସମ୍ଭାବନା

୬ ତାରିଖ ସୁଦ୍ଧା ସ୍କୁଲଗୁଡ଼ିକରୁ ଉଠିବା ସମ୍ଭାବନା

ବ୍ଲକଗ୍ରାଣ୍ଟ ଅଧ୍ୟାପକଙ୍କୁ ଆଶ୍ୱସ୍ତି : ଉଠିଲା ଲିଖିତ ସତ୍ୟପାଠ

ଭୁବନେଶ୍ବର : ବ୍ଲକଗ୍ରାଣ୍ଟରୁ ଗ୍ରାଣ୍ଟ-ଇନ୍‌-ଏଡ୍‌ ମାନ୍ୟତା ପାଇଥିବା ବେସରକାରୀ ଅନୁଦାନପ୍ରାପ୍ତ କଲେଜ ଅଧ୍ୟାପକ ଓ କର୍ମଚାରୀଙ୍କୁ ଆଶ୍ବସ୍ତି। ଏଣିକି ଆଉ ୨୦୧୭ ଅନୁଦାନ ଆଇନର ନିର୍ଦେଶନାମାରେ କୌଣସି ଅଧ୍ୟାପକ ତଥା କର୍ମଚାରୀଙ୍କୁ ଲିଖିତ ସତ୍ୟପାଠ ଦେବାକୁ ପଡ଼ିବିନି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି। ତେଣୁ ଅଧ୍ୟାପକମାନେ ଏଣିକି ସିଧାସଳଖ ଅନୁଦାନ ପାଇବେ।

ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଗ୍ରାଣ୍ଟ-ଇନ୍‌-ଏଡ୍‌ ନିର୍ଦେଶ ୨୦୧୭ ଓ ୨୦୧୮ରେ ବ୍ଳକଗ୍ରାଣ୍ଟ ପାଉଥିବା ସ୍କୁଲ ଓ କଲେଜ ଅଧ୍ୟାପକ ଓ କର୍ମଚାରୀଙ୍କୁ ମିଳିବାକୁ ଥିବା ସୁବିଧା ସୁଯୋଗ ପାଇଁ ସେମାନଙ୍କୁ ଏକ ଲିଖିତ ସତ୍ୟପାଠ ଦେବାକୁ ପଡ଼ୁଥିଲା। ସାଦା କାଗଜରେ ସେମାନେ ନିର୍ଧାରିତ ସମୟ ମଧ୍ୟରେ ଗଭର୍ନିଂ ବଡିର ସଚିବଙ୍କ ନିକଟରେ ଦାଖଲ କରୁଥିଲେ। ଏବେ ଦେଖିବାକୁ ମିଳିଛି ଯେ ଗ୍ରାଣ୍ଟ-ଇନ୍‌-ଏଡ୍‌ ନିର୍ଦେଶ ୨୦୦୮, ୨୦୦୯, ୨୦୦୯(ସଂସ୍କୃତ ପାଇଁ) ଓ ୨୦୧୪ ଅନୁଯାୟୀ ଅନୁଦାନ ପାଉଥିବା ବେସରକାରୀ ଅନୁଦାନ କଲେଜ କର୍ମଚାରୀମାନେ ଲିଖିତ ସତ୍ୟପାଠ ଦାଖଲ କରି ନାହାନ୍ତି। ଅନେକ ଅଭିଯୋଗ ହୋଇଥିବା ସରକାରଙ୍କ ଦୃଷ୍ଟିଗୋଚର ହୋଇଛି। ଏଥିସହ ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ଗୁରୁତ୍ବର ସହ ଗ୍ରହଣ କରାଯାଇ ନିର୍ଦେଶର ପାରା-୨କୁ ଉଠାଇ ଦେବାକୁ ନିଷ୍ପତ୍ତି ହୋଇଛି।

ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି ପରେ ବି ଓଡ଼ିଶା ସ୍କୁଲ କଲେଜ ମିଳିତ ମଞ୍ଚର ଆନ୍ଦୋଳନ ଜାରି ରହିବ ବୋଲି ମଞ୍ଚର ଆବାହକମଣ୍ଡଳୀ ସଦସ୍ୟ ଗୋଲକ ନାୟକ, ପ୍ରକାଶ ଚନ୍ଦ୍ର ମହାନ୍ତି, ପବିତ୍ର ମହାଲା କହିଛନ୍ତି। ମଞ୍ଚ ପକ୍ଷରୁ କୁହାଯାଇଛି ଯେ ଲିଖିତ ସତ୍ୟପାଠ ଉଠିବା ଦ୍ବାରା କର୍ମଚାରୀମାନେ ଗତ ୨୦୧୮ ଜାନୁଆରି ୧ରୁ ବକେୟା ଦରମା ପାଇବେ। ତେବେ ଅନ୍ୟାନ୍ୟ ପ୍ରମୁଖ ଦାବି ଯଥା ୭ମ ବେତନ କମିସନ ହାରରେ ଦରମା ପାଇଁ ଦାବି କରାଯାଉଛି। ଆସନ୍ତା ବୁଧବାର ସୁଦ୍ଧା ସ୍କୁଲଗୁଡ଼ିକ ଲାଗି ଥିବା ନିୟମକୁ ଉଠାଇ ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିଛି। ତେଣୁ ଏହାପରେ ପରବର୍ତୀ କାର୍ଯ୍ୟପନ୍ଥା ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ ଯେ ୨୦୧୮ ଜାନୁଆରି ୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ଲକଗ୍ରାଣ୍ଟ ଉଚ୍ଛେଦ କରି ଅନୁଦାନ ନିୟମ ବାହାର କରିଥିଲେ। ମାତ୍ର ସେଥିରେ ଚଞ୍ଚକତା କରି ସେତେବେଳର ଉଚ୍ଚଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ ଲିଖିତ ସତ୍ୟପାଠ ବ୍ୟବସ୍ଥାକୁ ସଂଯୋଗ କରିଥିଲେ। ଏହି ନିୟମକୁ ରଦ୍ଦ କରିବା ପାଇଁ ଗତ ଏକ ବର୍ଷ ହେଲା ଓଡ଼ିଶା ସ୍କୁଲ କଲେଜ ମିଳିତ ମଞ୍ଚ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଏପରିକି ଗତ କିଛି ଦିନ ହେଲା ଶିକ୍ଷକ ଓ କର୍ମଚାରୀମାନେ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe