ଛାତ୍ରଛାତ୍ରୀ ହେଉଛନ୍ତି ଅଭିଭାବକ ଓ ଶିକ୍ଷକଙ୍କ ସମ୍ପତ୍ତି: ତାରା

Advertisment

ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୨ ଅନୁଷ୍ଠିତ

ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୨ ଅନୁଷ୍ଠିତ

ଛାତ୍ରଛାତ୍ରୀ ହେଉଛନ୍ତି ଅଭିଭାବକ ଓ ଶିକ୍ଷକଙ୍କ ସମ୍ପତ୍ତି: ତାରା

ବୋରିଗୁମ୍ମା: କୋରାପୁଟ ଜିଲ୍ଲା ବୋରିଗୁମ୍ମା ସରକାରୀ ଉଚ୍ଚ ବିଦ୍ୟାଳୟରେ ଚଳିତ ବର୍ଷର ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୨’ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଜୟପୁର ବିଧାୟକ ପିଲାମାନଙ୍କ ସହିତ ନୃତ୍ୟ କରିଛନ୍ତି। ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତାରାପ୍ରସାଦ ବାହିନୀପତି ଯୋଗ ଦେଇ ଛାତ୍ରଛାତ୍ରୀମାନେ ହେଉଛନ୍ତି ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମ୍ପତ୍ତି ବୋଲି କହିଥିଲେ। ବୋରିଗୁମ୍ମା ବ୍ଳକ ରେ ଶିକ୍ଷା କ୍ଷେତ୍ରରେ ବ୍ୟାପକ ଉନ୍ନତି ହୋଇଛି ବୋଲି କହିବା ସହ ପ୍ରତି ଉଚ୍ଚ ବିଦ୍ୟାଳୟକୁ ୫ଟି ବିଦ୍ୟାଳୟରେ ରୂପାନ୍ତରଣ କରାଯାଇଛି ବୋଲି କହିଥିଲେ।

ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ସଚିନ ମଲ୍ଲିକଙ୍କ ସଭାପତିତ୍ୱରେ ଆୟୋଜିତ ବ୍ଳକ ସ୍ତରୀୟ ସୁରଭି-୨୦୨୨ ର ଉଦଘାଟନ ସମାରୋହରେ ମୁଖ୍ୟ ଅତିଥି ଭାବେ ପୁଲିସ ଏସଡିପିଓ ମଧୁସିକ୍ତା ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଯୋନ-୨ ଜିଲ୍ଲା ପରିଷଦ ସଭ୍ୟା ମଞ୍ଜୁଳା ଘାସୀ ଓ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଜୟାନନ୍ଦ ପଟନାୟକ ଯୋଗ ଦେଇଥିଲେ। ପ୍ରଥମେ ମଂଚାସୀନ ଅତିଥିମାନେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରିଥିଲେ।

ଶ୍ରୀମତୀ ମିଶ୍ର କହିଥିଲେ ଯେ ଗ୍ରାମାଞ୍ଚଳର ରହୁଥିବା ଶିଶୁ ମାନଙ୍କ ଲୁକ୍କାୟିତ ପ୍ରତିଭାକୁ ଅନ୍ୱେଷଣ କରିବା ସୁରଭିର ମୁଖ୍ୟ ଉଦେଶ୍ୟ ହେଉ। ଶ୍ରୀ ମଲ୍ଲିକ କହିଥିଲେ ଯେ ଗତ ଦୁଇ ବର୍ଷ ଧରି ମହାମାରୀ କୋଭିଡ ନିମନ୍ତେ ସାରା ରାଜ୍ୟରେ ଶିଶୁ ମହୋତ୍ସବ ସୁରଭି ପାଳନ କରାଯାଇନାହିଁ। ଚଳିତ ବର୍ଷ ପୁନର୍ବାର ସୁରଭି କାର୍ଯ୍ୟକ୍ରମ ହେଉଥିବା ଯୋଗୁଁ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ମହଲରେ ଉତ୍ସାହ ଖେଳିଯାଇଛି। ପରେ ବ୍ଳକର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀମାନଙ୍କୁ ନେଇ ବକୃତା, ଚିତ୍ରାଙ୍କନ, ସଙ୍ଗୀତ, ନାଚ ଭଳି ମୋଟ ୧୭ ଗୋଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe