ପିସି ନ ଦେବାରୁ ଭିନ୍ନକ୍ଷମଙ୍କୁ ମାଡ଼

Advertisment
ପିସି ନ ଦେବାରୁ ଭିନ୍ନକ୍ଷମଙ୍କୁ ମାଡ଼

Photo by : naradanews.com

କୋରେଇ : ପିସି କାରବାରକୁ ନେଇ ମୁଖ୍ୟମନ୍ତ୍ରୀ କଠୋର ଆଭିମୁଖ୍ୟ ଗ୍ରହଣ କରୁଥିବା ବେଳେ କର୍ମଚାରୀମାନେ ଏହାକୁ ଗୁରୁତ୍ୱ ଦେଉନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକୁ ଫୁ କରି ଦେଇ କର୍ମଚାରୀମାନେ ପିସି କାରବାର ଚଳାଇଛନ୍ତି। ପିସି କାରବାରକୁ ନେଇ କୋରେଇ ବ୍ଲକରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ଭିନ୍ନକ୍ଷମ ପିସି ନଦେବାରୁ କେତେକ କର୍ମଚାରୀ ତାଙ୍କୁ ମିଳିମିଶି ମାଡ଼ ମାରିଛନ୍ତି। ଏନେଇ ଭିନ୍ନକ୍ଷମଙ୍କ ପତ୍ନୀ କୋରେଇ ଥାନାରେ ଅଭିଯୋଗ କରିବା ପରେ ଘଟଣା ଭିନ୍ନମୋଡ଼ ନେଇଛି।

ଅନ୍ୟପଟେ ସଂପୃକ୍ତ କର୍ମଚାରୀ ନିଜକୁ ବଞ୍ଚାଇବାକୁ ଯାଇ ପାଲଟା ମାମଲା ରୁଜୁ କରିଛନ୍ତି। ପୁଲିସ ଉଭୟ ପକ୍ଷର ଅଭିଯୋଗ ଆଧାରରେ ଦୁଇ ଦୁଇଟି ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଘଟଣାକୁ ନେଇ ବ୍ଲକରେ ଉତ୍ତେଜନା ଲାଗି ରହିଛି। ଅଭିଯୋଗ ଅନୁଯାୟୀ ଇନ୍ଦିରା ଆବାସ କାର୍ଯ୍ୟାଦେଶ ପାଇଁ ବ୍ଲକ୍‌ ଅନ୍ତର୍ଗତ ବନ୍ଦାଳୋ ପଞ୍ଚାୟତ ଗୋରଖପୁର ଗ୍ରାମର ମକର ତରାଇ ଓ ତାଙ୍କ ସ୍ତ୍ରୀ ଗୀତା ତରାଇ କୋରେଇ ବ୍ଲକ୍‌କୁ ଆସିଥିଲେ । ସମ୍ପୃକ୍ତ ବିଭାଗରେ ଥିବା କର୍ମଚାରୀ କାର୍ଯ୍ୟାଦେଶ ପାଇଁ ତାଙ୍କୁ ୫ ଶହ ଟଙ୍କା ମାଗିଥିଲେ। ମାତ୍ର ମକର ୨ଶହ ଟଙ୍କା ଦେଇଥିଲେ । ଫଳରେ ବ୍ଲକ୍‌ର କର୍ମଚାରୀ ପ୍ରବୋଧ ମହାନ୍ତି, କିରାଣି ଉତ୍ତମ ରଣା ଓ ପିଅନ ସେକ୍‌ ମୁର୍ତେଜା ପ୍ରମୁଖ ୫ ଶହ ଟଙ୍କା ନଦେଲେ କାର୍ଯ୍ୟାଦେଶ ଦେଇହେବ ନାହିଁ କହିଥିଲେ।

ମକର ପାଖରେ ଟଙ୍କା ନଥିଲା। ସେ ନିଜର ଅସହାୟତା ପ୍ରକାଶ କରିଥିଲେ। ଟଙ୍କା ଦେଇପାରିବେ ନାହିଁ ବୋଲି କର୍ମଚାରୀମାନଙ୍କୁ କହିଥିଲେ। ଏତିକିରେ ଉତ୍ତ୍ୟକ୍ତ ହୋଇ କର୍ମଚାରୀମାନେ ତାଙ୍କୁ ମାଡ଼ ମାରିଥିଲେ। ତାଙ୍କୁ ଧକ୍କା ମାରିମାରି ଅଫିସ୍‌ରୁ ବାହାର କରିଦେଇଥିଲେ । ମକରଙ୍କ ସ୍ତ୍ରୀ ଗୀତା ଏହାର ପ୍ରତିବାଦ କରିଥିଲେ। ଫଳରେ କିଛି ସମୟ ଧରି କର୍ମଚାରୀ ଏବଂ ଗୀତାଙ୍କ ସହ ପାଟିତୁଣ୍ଡ ଚାଲିଥିଲା। ପାଟି ଶୁଣି ପାଖଆଖର ଲୋକେ ରୁଣ୍ଡ ହୋଇଯାଇଥିଲେ। ଏହା ଦେଖି କର୍ମଚାରୀମାନେ ପଛଘୁଞ୍ଚା ଦେଇ ଭିତରକୁ ଚାଲି ଯାଇଥିଲେ। ପରେ ଗୀତା କୋରେଇ ଥାନାକୁ ଯାଇ ଘଟଣା ସଂପର୍କରେ ଲିଖିତ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe