ବ୍ଲକ ଉପାଧ୍ୟକ୍ଷ ନିର୍ବାଚନ: ବାଲେଶ୍ବରରେ ୯ ଆସନ ଅକ୍ତିଆର କଲା ବିଜେଡି

ବାଲିଆପାଳ, ଔପଦାରେ କଂଗ୍ରେସ ଓ ସିମୁଳିଆରେ ବିଜେପି

ବ୍ଲକ ଉପାଧ୍ୟକ୍ଷ ନିର୍ବାଚନ: ବାଲେଶ୍ବରରେ ୯ ଆସନ ଅକ୍ତିଆର କଲା ବିଜେଡି

ବାଲେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବ୍ୟବସ୍ଥାରେ ଆଜି ଥିଲା ବ୍ଲକ ଉପାଧ୍ୟକ୍ଷ ନିର୍ବାଚନ। ବାଲେଶ୍ବର ଜିଲ୍ଲାରେ ୧୨ଟି ବ୍ଲକକୁ ନେଇ ହୋଇଥିବା ଏହି ନିର୍ବାଚନରେ ୯ଟି ବ୍ଲକରେ ଉପାଧ୍ୟକ୍ଷ ପଦ ବିଜେଡି ଅକ୍ତିଆର କରିଥିବା ବେଳେ ସିମୁଳିଆରେ ବିଜେପି, ବାଲିଆପାଳ ଏବଂ ଔପଦା ବ୍ଲକରେ କଂଗ୍ରେସ ପ୍ରାର୍ଥୀ ଏହି ପଦବିରେ ଜିତିଥିବା ସୂଚନା ମିଳିଛି।

ଏହି କ୍ରମରେ ସିମୁଳିଆ ବ୍ଲକରୁ ବିଜେପିର ହିମାଦ୍ରୀ ନନ୍ଦିନୀ ମହାପାତ୍ର, ଖଇରା ବ୍ଲକରୁ ବିଜେଡିର ଗଜେନ୍ଦ୍ରନାଥ ପରିଡ଼ା, ସୋର ବ୍ଲକରୁ ବିଜେଡିର ଭ୍ରମରବର ନାୟକ, ବାହାନଗା ବ୍ଲକରୁ ବାସନ୍ତୀ ପତି, ନୀଳଗିରି ବ୍ଲକରୁ ବିଜେଡିର ଜ୍ୟୋତିର୍ମୟ ପୁଥାଳ, ଔପଦା ବ୍ଲକରୁ କଂଗ୍ରେସର ପ୍ରଭାକର ସାହୁ, ରେମୁଣା ବ୍ଲକରୁ ବିଜେଡିର ସୁମତି ବେହେରା, ବାଲେଶ୍ବର ସଦର ବ୍ଲକରୁ ବିଜେଡିର ଚୈତନ୍ୟ ସିଂ, ବସ୍ତା ବ୍ଲକରୁ ବିଜେଡିର ଦିଲ୍ଲୀପ କୁମାର ଦାସମହାପାତ୍ର, ବାଲିଆପାଳ ବ୍ଲକରୁ କଂଗ୍ରେସର ରାଜେଶ ଚୌଧୁରୀ, ଜଳେଶ୍ବର ବ୍ଲକରୁ ବିଜେଡିର ସଞ୍ଜିତା ବେହେରା ଓ ଭୋଗରାଇ ବ୍ଲକରୁ ବିଜେଡିର ମୀନାରାଣୀ ସାସମଲ ବ୍ଲକ ଉପାଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe