ଧର୍ମଗୁଳାରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷା ବିଜୟୀ

Advertisment
ଧର୍ମଗୁଳାରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷା ବିଜୟୀ

ତେଲକୋଇ: ତେଲକୋଇ ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ଭାବେ ବିମଳା ପଞ୍ଚାୟତର ସମିତିସଭ୍ୟା ରଞ୍ଜିତା ମହାନ୍ତ ବିଜୟୀ ହୋଇଛନ୍ତି। ସେ ଧର୍ମଗୁଳାରେ ଶିବନାରାୟଣପୁରଗୋଡ଼ାର ସମିତିସଭ୍ୟା ମୀନା ମହାନ୍ତଙ୍କୁ ପରାସ୍ତ କରିଛନ୍ତି।

ବୁଧବାର ସକାଳ ସାଢ଼େ ୧୦ଟାବେଳେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହି ପଦବି ପାଇଁ ଦୁଇଜଣ ଶିବନାରାୟଣପୁରଗୋଡ଼ାର ସମିତିସଭ୍ୟା ମୀନା ମହାନ୍ତ ଓ ବିମଳା ପଞ୍ଚାୟତ ସମିତିସଭ୍ୟା ରଞ୍ଜିତା ମହାନ୍ତ ନାମାଙ୍କନ ଦାଖଲ କରିଥିଲେ। ମୋଟ ୨୨ ସମିତିସଭ୍ୟଙ୍କ ମଧ୍ୟରୁ ଉଭୟଙ୍କୁ ୧୧ଜଣ ଲେଖାଏଁ ସମିତିସଭ୍ୟଙ୍କ ସମର୍ଥନ ମିଳିଥିଲା। ଶେଷରେ ନିର୍ବାଚନ ଅଧିକାରୀ ଧର୍ମଗୁଳାର ସାହାଯ୍ୟ ନେଇଥିଲେ। ଧର୍ମଗୁଳାରେ ବିମଳା ସମିତିସଭ୍ୟା ରଞ୍ଜିତା ମହାନ୍ତ ବିଜୟୀ ହୋଇଥିଲେ।

ଆନନ୍ଦପୁର ତହସିଲଦାର ତଥା ନିର୍ବାଚନ ଅଧିକାରୀ ତପନ କୁମାର ନାଏକ, ତେଲକୋଇ ବିଡିଓ ପ୍ରେମାଂଶୁ ଚାନ୍ଦ, ଅତିରିକ୍ତ ତହସିଲଦାର ପୁରୁଷୋତ୍ତମ ନାୟକ, ଏବିଡିଓ ଦୋଳଗୋବିନ୍ଦ ବିଶ୍ବାଳ, ଜିପିଇଓ ବିଶ୍ବନାଥ ମଲ୍ଲିକ ପ୍ରମୁଖ ନିର୍ବାଚନ ପରିଚାଳନା କରିଥିଲ। ତେଲକୋଇ ଥାନା ଅଧିକାରୀ ସାଇପ୍ରଭା ରାଉତ, ଏସ୍‌ଆଇ କିଶୋର ପାତ୍ର, ଏସ୍‌ଆଇ ଚୈତନ୍ୟ ନାୟକ ପ୍ରମୁଖ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe