କଲବଲ ହେଉଛନ୍ତି ୫୬ ରକ୍ତଭଣ୍ଡାରର ୧୮୦ କର୍ମଚାରୀ

Advertisment

ଅଢ଼େଇ ବର୍ଷ ହେଲା ବେତନ ନାହିଁ, ସ୍ଥାୟୀ ନିଯୁକ୍ତି ସହ ଅନ୍ୟାନ୍ୟ ସୁବିଧା ନେଇ ଦାବିପତ୍ର

ଅଢ଼େଇ ବର୍ଷ ହେଲା ବେତନ ନାହିଁ, ସ୍ଥାୟୀ ନିଯୁକ୍ତି ସହ ଅନ୍ୟାନ୍ୟ ସୁବିଧା ନେଇ ଦାବିପତ୍ର

୧୪ରୁ ରକ୍ତଭଣ୍ଡାର କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

The New Indian Express

ଭୁବନେଶ୍ବର : କଲବଲ ହେଉଛନ୍ତି ରାଜ୍ୟରେ ଥିବା ୫୬ ରକ୍ତଭଣ୍ଡାରରେ କାର୍ଯ୍ୟରତ ୧୮୦ ଅସ୍ଥାୟୀ କର୍ମଚାରୀ। ବିଭିନ୍ନ ଶିବିରରୁ ରକ୍ତସଂଗ୍ର‌ହ କରିବା ସହ ରକ୍ତପରୀକ୍ଷା, ପୃଥିକୀକରଣ ଓ ବିତରଣ ଭଳି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରୁଥିଲେ ହେଁ ଏମାନେ ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ରହି ଯାଇଛନ୍ତି। ଦୀର୍ଘ ଦିନ ଧରି କାର୍ଯ୍ୟ କରୁଛନ୍ତି, ଅଥଚ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ସ୍ଥାୟୀ କରାଯାଇନାହିଁ। ସେହିପରି ଯେଉଁ ବେତନ ମିଳୁଛି, ତାହା ନାମକୁ ମାତ୍ର ଓ ନିୟମିତ ମଧ୍ୟ ନୁହେଁ। ଏଭଳି ସ୍ଥିତିରେ ପରିବାର ଚଳାଇବା ସେମାନଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଛି। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ରକ୍ତଭଣ୍ଡାରର ଚତୁର୍ଥ ଶ୍ରେଣୀ ଅସ୍ଥାୟୀ କର୍ମଚାରୀ ପାରିବାରିକ ଖର୍ଚ ତୁଲାଇ ନପାରି ଆତ୍ମହତ୍ୟା କରିବାକୁ ବାଧ୍ୟ ହେବା ଘଟଣା ଏହାର ଗୋଟିଏ ମାତ୍ର ଉଦାହରଣ। ତେଣୁ ଯଥାଶୀଘ୍ର ସେମାନଙ୍କୁ ସ୍ଥାୟୀ କରିବା ସହ ୬ଦଫା ଦାବି ପୂରଣ କରିବା ପାଇଁ ଅସ୍ଥାୟୀ କର୍ମଚାରୀଙ୍କ ପକ୍ଷରୁ ଏକ ଦାବିପତ୍ର ସରକାରଙ୍କୁ ଦିଆଯାଇଛି।

publive-image indiamart.com

ଜରୁରୀ ସ୍ଥିତିରେ ରକ୍ତ ଯୋଗାଇବା‌ରେ ରକ୍ତଭଣ୍ଡାରର କାର୍ଯ୍ୟ ଗୁରୁତ୍ବପୂର୍ଣ୍ଣ। ଏଥିପାଇଁ ପ୍ରତିବର୍ଷ ରକ୍ତଭଣ୍ଡାର ଜରିଆରେ ୪.୫ଲକ୍ଷ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥାଏ। ରକ୍ତଭଣ୍ଡାରରେ ନିଯୁକ୍ତ ଲ୍ୟାବ୍‌ ଟେକନିସିଆନ୍‌, ଷ୍ଟାଫନର୍ସ, କ୍ୟାମ୍ପ କୋର୍ଡିନେଟର୍‌, କ୍ଲର୍କ, ଆଟେଣ୍ଡାଣ୍ଟଙ୍କଠାରୁ ଆରମ୍ଭ କରି ଏହାର ବିଭିନ୍ନ ପଦରେ ନିଯୁକ୍ତ କର୍ମଚାରୀଙ୍କ ଭୂମିକା ଏଥିରେ ଗୁରୁତ୍ବପୂର୍ଣ୍ଣ। ଏମାନେ ରକ୍ତ ସଂଗ୍ରହ, ପୃଥିକୀକରଣ, ପରୀକ୍ଷା ଏବଂ ବିତରଣ ଭଳି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସଂପାଦନ କରିଥାଆନ୍ତି। ରାଜଧାନୀଠାରୁ ଆରମ୍ଭ କରି ଓଡ଼ିଶାର ବିଭିନ୍ନ ଗାଁଗଣ୍ଡାରେ ଯେଉଁଠି ବି ଆମ ଓଡ଼ିଶା, ଜୀବନ ବିନ୍ଦୁ ଭଳି ବିଭିନ୍ନ ସଙ୍ଗଠନ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ ହୁଏ, ସେମା‌ନେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଆନ୍ତି। ମାତ୍ର ପରିତାପର ବିଷୟ ହେଲା, ଏହି କର୍ମଚାରୀଙ୍କୁ ଆଜି ପର୍ଯ୍ୟନ୍ତ ସ୍ଥାୟୀ କରାଯାଇନାହିଁ।

୨୦୧୯ ମସିହାରୁ ସେମାନଙ୍କ ବେତନ ସମସ୍ୟା ଆହୁରି ଜଟିଳ ହୋଇଛି। ୨୦୧୭ ମସିହାରୁ ରକ୍ତ ଭଣ୍ଡାରଗୁଡ଼ିକୁ ସରକାର ଗ୍ରହଣ କଲେ। ରକ୍ତଭଣ୍ଡାରରେ ନିଆଯାଉଥିବା ୟୁଜର୍ସ ଫି’ରୁ ସେମାନଙ୍କୁ ଦରମା ଦିଆଯାଉଥିଲା। କିନ୍ତୁ, ଫେବ୍ରୁଆରି ୨୦୧୯ରୁ ୟୁଜର୍ସ ଫି’ ଆଦାୟ ବନ୍ଦ ହୋଇଯିବାରୁ କର୍ମଚାରୀମାନେ ଦରମା ପାଇବାରୁ ବଞ୍ଚିତ ହୋଇଛନ୍ତି। ସେଥିରେ ପୁଣି ଛୁଟି ମଧ୍ୟ ତାଙ୍କୁ ମିଳୁନାହିଁ। ଏଥିଯୋଗୁଁ ରକ୍ତଭଣ୍ଡାର କର୍ମଚାରୀଙ୍କ ଅବସ୍ଥା ଅତି ଶୋଚନୀୟ ହେବାକୁ ବସିଲାଣି। ଏତେ ମହତ୍‌ କାର୍ଯ୍ୟ କରୁଥିଲେ ବି ପରିବାର ପୋଷଣ ପାଇଁ ହଇରାଣ ହେଉଛନ୍ତି। ଏହି କର୍ମଚାରୀଙ୍କ ଦରମା ସମସ୍ୟା ସମାଧାନ, ସ୍ଥାୟୀ ମାନ୍ୟତା ସହ ଇପିଏଫ୍‌, ଇଏସ୍‌ଆଇ, ପେନସନ୍‌ ବ୍ୟବସ୍ଥା ପ୍ରଦାନ ପାଇଁ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe