ଜନଜାତିଙ୍କ ମଧ୍ୟରେ ରକ୍ତଶିକୁଳି ନେଇ ହେବ ଅଧ୍ୟୟନ

Advertisment

ଆଇସିଏମ୍‌ଆର ଓ ଅନୁସୂଚିତ ଜାତି ଜନଜାତି ଗବେଷଣା କେନ୍ଦ୍ରର ମିଳିତ ପ୍ରୟାସ

ଆଇସିଏମ୍‌ଆର ଓ ଅନୁସୂଚିତ ଜାତି ଜନଜାତି ଗବେଷଣା କେନ୍ଦ୍ରର ମିଳିତ ପ୍ରୟାସ

ଅନ୍ଧାରରେ ୩୯୮ ଆଦିମ ଜନଜାତି ଗଁା: ବିକାଶ ଏଠି ସାତସପନ, ଗଜପତି ସ୍ଥିତି ସଙ୍ଗିନ

Live Law

ଭୁବନେଶ୍ବର : ରାଜ୍ୟର ଜନଜାତିଙ୍କ ମଧ୍ୟରେ ରକ୍ତଶିକୁଳି ରୋଗକୁ ନେଇ ଅଧ୍ୟୟନ କରାଯିବ ବୋଲି କହିଛନ୍ତି ଆଇସିଏମଆର ନିର୍ଦେଶକ ସଂଘମିତ୍ରା ପତି। ଏଥିରେ ଆଇସିଏମ୍‌ଆର୍‌କୁ ସହଯୋଗ କରିବ ଅନୁସୂଚିତ ଜାତି-ଜନଜାତି ଗବେଷଣା କେନ୍ଦ୍ର। ଏନ୍‌ଆର୍‌ଏଚ୍‌ଏମ୍‌ର ତଥ୍ୟ ଅନୁସାରେ, ବର୍ତ୍ତମାନ ରାଜ୍ୟରେ ୧୨.୪ ପ୍ରତିଶତ ଏହି ରୋଗରେ ପୀଡ଼ିତ ଅଛନ୍ତି। ପୂର୍ବରୁ କେବଳ ପଶ୍ଚିମ ଓଡ଼ିଶାର ନିର୍ଦ୍ଦିଷ୍ଟ ଜିଲ୍ଲାର ପଛୁଆ ବର୍ଗଙ୍କ ମଧ୍ୟରେ ରକ୍ତଶିକୁଳି ଦେଖାଯାଉଥିଲା। ବର୍ତ୍ତମାନ କିନ୍ତୁ ଆଦିମ ଜନଜାତିଙ୍କ ମଧ୍ୟରେ ରକ୍ତଶିକୁଳି ଚିହ୍ନଟ ହୋଇଥିବା ଆଇସିଏମ୍‌ଆର୍‌ ପକ୍ଷରୁ କୁହାଯାଇଛି। ତେଣୁ ରାଜ୍ୟରେ ଥିବା ୩୦ ହଜାର ଆଦିବାସୀଙ୍କୁ ନେଇ ଅଧ୍ୟୟନ କରାଯିବ। ଏଥିପାଇଁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି।

ସୂଚନା ଅନୁଯାୟୀ, ରକ୍ତଶିକୁଳି ଏକ ବଂଶଗତ ରୋଗ। ଜିନ୍‌ରେ ହିମୋଗ୍ଲୋବିନ୍‌ର ମ୍ୟୁଟେସନ୍‌ ଫଳରେ ଏହି ରୋଗ ହୁଏ। ସମ୍ପର୍କୀୟଙ୍କ ମଧ୍ୟରେ ବିବାହ ଏହି ରୋଗର କାରଣ। ଏହି ରୋଗରେ ପୀଡ଼ିତ ଅନେକ ବ୍ୟକ୍ତିଙ୍କ ସମୟ ପୂର୍ବରୁ ମୃତ୍ୟୁ ହୋଇଯାଏ। ଆଉ ଯେଉଁମାନେ ବଞ୍ଚିଯାନ୍ତି, ତାଙ୍କୁ ବାରମ୍ବାର ରକ୍ତର ଆବଶ୍ୟକତା ହୋଇଥାଏ। ଦେଶରେ ମଧ୍ୟପ୍ରଦେଶରେ ସର୍ବାଧିକ ୪୮.୫%, ମହାରାଷ୍ଟ୍ର‌ରେ ୪୫.୪%, ତାମିଲନାଡ଼ୁରେ ୩୫.୩%, ଆନ୍ଧ୍ରପ୍ରଦେଶରେ ୩୪.୬%, ଉତ୍ତରପ୍ରଦେଶରେ ୩୨.୬%, ଗୁଜରାଟରେ ୩୦%, କେରଳରେ ୨୯.୭%ଙ୍କଠାରେ ଏହି ରୋଗ ରହିଥିବା ଏନ୍‌ଆର୍‌ଏଚ୍‌ଏମ୍‌ର ତଥ୍ୟ କହୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe