‘ଓଡ଼ିଶା ମୋ ପରିବାର-ଜୀବନବିନ୍ଦୁ’ ପକ୍ଷରୁ ସପ୍ତାହବ୍ୟାପୀ ରକ୍ତଦାନ ଶିବିର

ପ୍ରଥମ ଦିନରେ ୧୪୫୦ ୟୁନିଟ୍‌ ସଂଗୃହୀତ

‘ଓଡ଼ିଶା ମୋ ପରିବାର-ଜୀବନବିନ୍ଦୁ’ ପକ୍ଷରୁ ସପ୍ତାହବ୍ୟାପୀ ରକ୍ତଦାନ ଶିବିର

ଭୁବନେଶ୍ୱର : ‘ଓଡ଼ିଶା ମୋ ପରିବାର-ଜୀବନବିନ୍ଦୁ’ ଆନୁକୂଲ୍ୟରେ ରାଜ୍ୟର ସବୁ ଜିଲ୍ଲା ସଦର ମହକୁମାଠାରେ ସପ୍ତାହବ୍ୟାପୀ ରକ୍ତଦାନ ଶିବିର ଅଭିଯାନର ଶୁଭାରମ୍ଭ ହୋଇଯାଇଛି। ଅଗଷ୍ଟ ୯ କ୍ରାନ୍ତି ଦିବସଠାରୁ ଅଗଷ୍ଟ ୧୫ ସ୍ବାଧୀନତା ଦିବସ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନରୁ ୧୦ ହଜାର ୟୁନିଟ୍‌ ରକ୍ତ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି।

ଭୁବନେଶ୍ୱରସ୍ଥିତ ବିଜେଡି ମୁଖ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ରକ୍ତଦାନ ଶିବିରକୁ ଓଡ଼ିଶା ମୋ ପରିବାର ଆବାହକ ଅରୂପ ପଟ୍ଟନାୟକ ଉଦ୍‌ଘାଟନ କରି ଏହି ଅଭିଯାନର ଶୁଭାରମ୍ଭ କରିଥିଲେ। ଓଡ଼ିଶା ମୋ ପରିବାର-ଜୀବନବିନ୍ଦୁ ମୁଖ୍ୟ ସଂଯୋଜକ ବିଧାୟକ ଦେବୀପ୍ରସାଦ ମିଶ୍ର, ମୁଖ୍ୟ ସହ ସଂଯୋଜକ ବିଧାୟକ ଅତନୁ ସବ୍ୟସାଚୀ ନାୟକ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା ଓ ବିଧାୟକ ସୁଶାନ୍ତ ରାଉତ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ସେହିପରି ଜିଲ୍ଲା ସଦର ମହକୁମାଗୁଡ଼ିକରେ ସ୍ଥାନୀୟ ସାଂସଦ, ବିଧାୟକ ଓ ଜୀବନବିନ୍ଦୁ ଜିଲ୍ଲା ସଂଯୋଜକଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିନରେ ୨୯ଟି ଜିଲ୍ଲାରେ ଅନୁଷ୍ଠିତ ରକ୍ତଦାନ ଶିବିରରୁ ୧୪୫୦ରୁ ଊର୍ଧ୍ବ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe