କୋଲକତା ଯାଇ ରକ୍ତଦାନ କଲେ ସ୍ବେଚ୍ଛାସେବୀ

Advertisment
ରକ୍ତ ନ ପାଇ ଫେରିଲେ ଥାଲାସେମିଆ ରୋଗୀ, ରକ୍ତ ଭଣ୍ଡାର ସମ୍ମୁଖରେ ଧାରଣା

MobiHealthNews

ବ୍ୟାସନଗର : ‘ରକ୍ତ ଅଭାବରୁ କାହାରିକୁ ମରିବାକୁ ଦିଆଯିବ ନାହିଁ’ ଆମ ଓଡ଼ିଶାର ଅଧ୍ୟକ୍ଷ ତଥା ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏହି ଆହ୍ବାନର ଯଥାର୍ଥତା ପ୍ରମାଣିତ ହୋଇଛି। ଆମ ଓଡ଼ିଶା ଓ ବ୍ୟାସନଗର ସ୍ଥିତ ସହିଦ ଭଗତ ସିଂହ ଯୁବକ ସଂଘର ସ୍ବେଚ୍ଛାସେବୀ ଏହି ଉକ୍ତିକୁ ପ୍ରମାଣିତ କରିପାରିଛନ୍ତି। କେବଳ ଓଡ଼ିଶା ଭିତରେ ନୁହେଁ ଓଡ଼ିଶା ବାହାରେ ମଧ୍ୟ ରକ୍ତଦାନ କରି ଜଣେ ମୁମୂର୍ଷୁ ରୋଗୀଙ୍କ ଜୀବନ ବଞ୍ଚାଇ ପ୍ରଶଂସା ସାଉଁଟିଛନ୍ତି।

ଝାଡ଼ଖଣ୍ଡ ଚାଇଁବସା ଅଞ୍ଚଳର ଆଶିଷ ସିଂହଙ୍କ ପୁଅ ଆଦର୍ଶ(୨୦) ଏବେ ଗୁରୁତର ଅସୁସ୍ଥ ହୋଇ କୋଲକାତାର ଟାଟା ମେମୋରିଆଲ୍‌ ହସପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ଆଦର୍ଶଙ୍କ ଅସ୍ତ୍ରୋପଚାର ପାଇଁ ୫ ୟୁନିଟ୍ ରକ୍ତର ଆବଶ୍ୟକତା ପଡ଼ିଥିଲା। ହେଲେ ଆଦର୍ଶଙ୍କ ରକ୍ତ ଗ୍ରୁପ୍‌ ‘ଓ’ ନେଗେଟିଭ୍‌ ହୋଇଥିବାରୁ ସେଠାକାର ରକ୍ତଭଣ୍ଡାରରେ ‌ଏହି ରକ୍ତ ମିଳି ନଥିଲା। ପୂର୍ବରୁ ସୁନା ବ୍ୟବସାୟୀ ଆଶିଷ ସିଂହ ବ୍ୟବସାୟ ସଂକ୍ରାନ୍ତରେ ଓଡ଼ିଶା ଆସି ‌ବ୍ୟାସନଗରଠାରେ ଆମ ଓଡ଼ିଶା ଓ ସହିଦ ଭଗତ ସିଂହ ଯୁବକ ସଂଘ ପକ୍ଷରୁ ଅନୁଷ୍ଠିତ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ରକ୍ତଦାନ କରିଥିଲେ। ତେଣୁ ସେତେବ‌େଳର କଥା ମନେପକାଇ ସହିଦ ଭଗତ ସିଂହ ଯୁବକ ସଂଘର ସଭାପତି ରାଜେନ୍ଦ୍ର ବିଶ୍ବାଳଙ୍କୁ ଯୋଗାଯୋଗ କରିଥିଲେ। ପୁଅର ଅସୁସ୍ଥତା ବିଷୟ ଶୁଣିବା ପରେ ୨୫ ତାରିଖରେ ଶ୍ରୀ ବିଶ୍ବାଳଙ୍କ ସହ ରକ୍ତଦାତା ପରେଶ ଦାସ ଓ‌ ସେକ୍‌ ବବି କୋଲକାତା ଯାଇ ରକ୍ତଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe