କଟକ : ଏସ୍ସିବି ମେଡ଼ିକାଲ୍ ରକ୍ତ ଭଣ୍ଡାରରେ ଆୟୋଜିତ ହୋଇଛି ଏକ ନିଆରା କାର୍ଯ୍ୟକ୍ରମ। କୁନି ଝିଅ ‘ଆହ୍ଲାଦିତା’ଙ୍କ ପ୍ରଥମ ସ୍ୱନକ୍ଷତ୍ର ଉତ୍ସବକୁ ତାଙ୍କ ପରିବାର, ଶୁଭେଚ୍ଛୁ ଓ ବନ୍ଧୁମାନେ ରକ୍ତଦାନ କରି ପାଳନ କରିଛନ୍ତି। ‘ସମ୍ବାଦ-ଆମ ଓଡ଼ିଶା’ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୫୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି। ‘ଆମ ଓଡ଼ିଶା’ ସଂପାଦକ ସ୍ୱରାଜ ମିଶ୍ର ଶିବିରକୁ ଉଦ୍ଘାଟନ କରିଥିଲେ। ଆହ୍ଲାଦିତାଙ୍କ ବାପା ତଥା ‘ସମ୍ବାଦ’ କଟକ ସଂସ୍କରଣ ମୁଖ୍ୟ ସହସଂପାଦକ କୃଷ୍ଣପ୍ରସାଦ ଦାସ, ବଡ଼ବାପା ଡାକ୍ତର ଦୀପକ ରଞ୍ଜନ ଦାସ ରକ୍ତଦାନ କରି ଶିବିରକୁ ଶୁଭାରମ୍ଭ କରିଥିଲେ।
‘ଆହ୍ଲାଦିତା’ଙ୍କ ସ୍ୱନକ୍ଷତ୍ରରେ ରକ୍ତଦାନ: ୫୫ୟୁନିଟ୍ ସଂଗ୍ରହ
Advertisment
Follow Us