ରକ୍ତ ଦେଇ ଜୀବନର ଜୟଗାନ କଲେ ଯବାନ : କୋରାପୁଟ ଶିବିରରୁ ୨୩୮ ୟୁନିଟ ରକ୍ତ ସଂଗ୍ରହ

ବ୍ରାହ୍ମଣବିଲରେ ‘ଆମ ଓଡ଼ିଶା’ ରକ୍ତଦାନ ଶିବିର : ୧୩୫ ୟୁନିଟ୍‌ ରକ୍ତ ସ˚ଗ୍ରହ

ରକ୍ତ ଦେଇ ଜୀବନର ଜୟଗାନ କଲେ ଯବାନ : କୋରାପୁଟ ଶିବିରରୁ ୨୩୮ ୟୁନିଟ ରକ୍ତ ସଂଗ୍ରହ

କୋରାପୁଟ : ଦେଶସେବା ପାଇଁ ଜୀବନକୁ ବାଜି ଲଗାଇ ଦେଉଥିବା ଯବାନ ଆଜି ରକ୍ତଦାନ ଭଳି ମହାନ୍ କାର୍ଯ୍ୟ କରି ଯୋଗଦେଇ ଦେଶସେବା‌େର ଆଉ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଜୀବନ ଯେ କେତେ ମୂଲ୍ୟବାନ୍ ତାହା ଆଜି ପ୍ରମାଣିତ କରିବା ସହ ୨୩୮ ୟୁନିଟ୍ ରକ୍ତଦେଇ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି। ଶହ ଶହ ଯବାନ ଏଭଳି ମହତ୍ କାର୍ଯ୍ୟରେ ସାମିଲ ହୋଇ ଜୀବନର ଜୟଗାନ କରିଛନ୍ତି।

କୋରାପୁଟ ଏସଓଜି ତାଲିମ କେନ୍ଦ୍ର ଠାରେ ଆଜି ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏସଓଜି ଏଇଟି ଆଣ୍ଡ ଆରସି ଓ ‘ଆମ ଓଡ଼ିଶା’ର ମିଳିତ ସହଯୋଗରେ ଆୟୋଜିତ ଏହି ଶିବିରରୁ ୨୩୮ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଏସଓଜି କମାଣ୍ଡାଣ୍ଟ ଆଶିଷ କୁମାର ନିଜେ ରକ୍ତଦାନ କରି ଶିବିରକୁ ଉଦଘାଟନ କରିଥିଲେ। ପରେ ଯବାନଙ୍କ ଲମ୍ବା ଲାଇନ ଲାଗିଥିଲା। ଏସଓଜି ଓ ବିଏସ୍ଏଫର ବରିଷ୍ଠ ଅଧିକାରୀ ଶିବିରରେ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। କେତେବେଳେ ମାଓବାଦୀ ତ’ କେତେବେଳେ ଆତଙ୍କବାଦୀଙ୍କ ସହ ମୁକାବିଲା କରୁଥିବା ଏହି ବୀର ଯବାନମାନେ ରକ୍ତଦାନ କରି ଆମକୁ ଜୀବନ ସହ ଲଢିବାରୁ ମୁକ୍ତି ଦେଇଛନ୍ତି। ଯବାନଙ୍କ ଏଭଳି କାମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ଏସଓଜି କମାଣ୍ଡାଣ୍ଟ ଆଶିଷ କୁମାର ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ରକ୍ତ ଆଉ ଜଣଙ୍କ ଜୀବନ ଦେଇପାରିବ ବୋଲି କହିଥିଲେ।

ବ୍ରାହ୍ମଣବିଲରେ ‘ଆମ ଓଡ଼ିଶା’ ରକ୍ତଦାନ ଶିବିର : ୧୩୫ ୟୁନିଟ୍‌ ରକ୍ତ ସ˚ଗ୍ରହ

ଛେଣ୍ତିପଦା : ଅନୁଗୁଳ ଜିଲ୍ଲା ଛେଣ୍ତିପଦା ବ୍ଲକ୍‌ ବ୍ରାହ୍ମଣବିଲ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଶିବିରରୁ ୧୩୫ ୟୁନିଟ୍‌ ରକ୍ତ ସ˚ଗ୍ରହ ହୋଇଛି। ବ୍ରାହ୍ମଣବିଲ ମହାଲକ୍ଷ୍ମୀ ୟୁଥ୍‌ କ୍ଲବ୍‌ ଓ ସମ୍ବାଦ-ଆମ ଓଡ଼ିଶା ମିଳିତ ଆନୁକୂଲ୍ୟରେ ଆୟୋଜିତ ଶିବିରରେ ଡାକ୍ତର ଭଜମନ ପାଲ ରକ୍ତଦାତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଟେକ୍‌ନିସିଆନ୍‌ ଜିତେନ୍ଦ୍ର ଦାସ, ଷ୍ଟାଫ୍‌ ନର୍ସ ଦୀପ୍ତିରାଣୀ ସାହୁ, ହରିଶ୍ଚନ୍ଦ୍ର ଜେନା, ପଦ୍ମନାଭ ପ୍ରଧାନ, ସୁକାନ୍ତ ସାହୁ, ଅଭିରାମ ବେହେରା, ଡିଲେଶ୍ବର ଗୋଛାୟତ, ସ୍ବେଚ୍ଛାସେବୀ ରମେଶ ପାତ୍ର ରକ୍ତ ସ˚ଗ୍ରହରେ ସହଯୋଗ କରିଥିଲେ। ସମ୍ବାଦ-ଆମ ଓଡ଼ିଶା ବ୍ଲକ ପ୍ରତିନିଧି ସୁଶାନ୍ତ ପ୍ରଧାନ, ମହାଲକ୍ଷ୍ମୀ ୟୁଥ କ୍ଲବ ସଭାପତି ସୁକାନ୍ତ ପ୍ରଧାନ, ସ˚ପାଦକ କେଶବାନନ୍ଦ ସାହୁ ଓ ସଦସ୍ୟମାନେ ଶିବିର ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe