ଝାରସୁଗୁଡ଼ା/ବରଗଡ଼ : ଯୁବ ସ୍ବାଭିମାନ ଦିବସ ପରିପ୍ରେକ୍ଷୀରେ ଶନିବାର ଝାରସୁଗୁଡ଼ାର ବେଦାନ୍ତ ଲିମିଟେଡ୍ ଓ ବରଗଡ଼ର ବିକାଶ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁଟ୍ସଠାରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ୫୦୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି। ଝାରସୁଗୁଡ଼ାରେ ବେଦାନ୍ତ ଓ ସମ୍ବାଦ-ଆମ ଓଡ଼ିଶା’ର ମିଳିତ ସହଯୋଗରେ ଆଜି ବେଦାନ୍ତ କାରଖାନା ପ୍ଲାଣ୍ଟ ୧, ପ୍ଲାଣ୍ଟ ୨ ଓ ଟାଉନ୍ସିପ୍ର ତିନୋଟି ସ୍ଥାନରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ତିନି ଶିବିରରୁ ମୋଟ୍ ୩୩୭ ୟୁନିଟ ରକ୍ତ ସଂଗୃହୀତ ହୋଇଛି। ବେଦାନ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ସି.ଏନ୍.ସିଂହ, ଡାଇରେକ୍ଟର ମେଟାଲ ଜି.ଜି. ପଲ, ସିଓଓ ପାୱାର ଭାସ୍କର ଭଟ୍ଟାଚାର୍ଯ୍ୟ, ଚିଫ୍ ପିପୁଲ ଅଫିସର ଦିଲ୍ଲୀପ ରଂଜନ ସାହୁ ଅତିଥି ଭାବରେ ଯୋଗ ଦେଇ ଶିବିର ଉଦ୍ଘାଟନ କରି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ବେଦାନ୍ତ ଲୋକ ସଂପର୍କ ଅଧିକାରୀ ସଞ୍ଜୀବ ପଟ୍ଟନାୟକ, ସହଯୋଗୀ ଶୁଭନାରାୟଣ ସାହୁଙ୍କ ସଂଯୋଜନାରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା।
/sambad/media/post_attachments/wp-content/uploads/2019/08/SBPHO17-BRG-RAKTADAN-300x233.jpg)
ସେହିପରି ବରଗଡ଼ସ୍ଥିତ ବିକାଶ ଅନୁଷ୍ଠାନଠାରେ ‘ସମ୍ବାଦ-ଆମ ଓଡ଼ିଶା’ ଏବଂ ବିକାଶ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁଟ୍ସ ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୧୬୪ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି। ବିକାଶ ଗ୍ରୁପ୍ ଚେୟାରମ୍ୟାନ ଡି. ମୂରଲୀ କ୍ରିଷ୍ଣା, ପ୍ରଶାସନିକ ନିର୍ଦ୍ଦେଶକ ଡି. ନାଗେଶ୍ବର ରାଓ ପ୍ରଥମେ ରକ୍ତଦାନ କରି ଶିବିର ଉଦ୍ଘାଟନ କରିଥିଲେ। ନିର୍ଦ୍ଦେଶକ (ଏକାଡେମିକ୍) ଭି.ଶ୍ରୀନିବାସ, ନିର୍ଦ୍ଦେଶକ ଡ. ସମରେନ୍ଦ୍ରନାଥ ପଣ୍ଡା, ବିକାଶ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ୍ ନିର୍ଦ୍ଦେଶକ ଡା.ହିମାଂଶୁ ଶେଖର ମିଶ୍ରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
Follow Us