ରକ୍ତଦାନ ଶିବିର

Advertisment
ରକ୍ତଦାନ ଶିବିର

ଜୟପୁର: ଜୟପୁର ବେଲ୍ ରୋଡ ସ୍ଥିତ ଟାଇମ୍ସ ଗୁରୁକୁଳ ଶିକ୍ଷା ପ୍ରତିଷ୍ଠାନ ପରିସରରେ ଆୟୋଜିତ ରକ୍ତ ଦାନ ଶିବିରରେ ୫୧ୟୁନିଟ ସଂଗ୍ରହ କରାଯାଇଥିଲା। ଶିବିରରେ ମୁଖ୍ୟଅତିଥି ଭାବେ ଜୟପୁର ପୌର ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ , ସମ୍ମାନିତ ଅତିଥି ଭାବେ ବରିଷ୍ଠ ଅବସର ପ୍ରାପ୍ତ ଡାକ୍ତର କେ. ଏନ୍. ଚୌଧୁରୀ ଏବଂ ବ୍ଲଡ ବ୍ୟାଙ୍କ୍ ଅଧିକାରୀ ଡା. ଏସ.ଏସ. ମିଶ୍ର , ସମାଜସେବୀ ମିହିର କରକରା ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

ବ୍ଲଡ ବ୍ୟାଙ୍କ୍ କର୍ମଚାରୀ ମାନେ ରକ୍ତସଂଗ୍ରହ କରିଥିଲେ। ସହରର ପ୍ରତିଷ୍ଠିତ ବ୍ୟବସାୟୀ ସଞ୍ଜୟ କୁମାର ଜୈନ ଶିବିରକୁ ଆୟୋଜନ କରିଥିବା ବେଳେ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ଶୁଭାଶିଷ ତ୍ରିପାଠୀ, ଅଧ୍ୟକ୍ଷ ସ୍ନେହାଶିସ ତ୍ରିପାଠୀ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe