ବିଶ୍ୱ ପରିବେଶ ଦିବସ ଅବସରରେ ରକ୍ତଦାନ ଶିବିର : ୬୪୮ ୟୁନିଟ୍‌ ସଂଗୃହୀତ

Advertisment
ବିଶ୍ୱ ପରିବେଶ ଦିବସ ଅବସରରେ ରକ୍ତଦାନ ଶିବିର : ୬୪୮ ୟୁନିଟ୍‌ ସଂଗୃହୀତ

ଭଦ୍ରକ/ଧାମନଗର/ ଅସୁରାଳି : ବିଶ୍ୱ ପରିବେଶ ଦିବସ ଅବସରରେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାଭିମାନ ସଚେତନ ନାଗରିକ ମଂଚ ଓ ସମ୍ବାଦ-ଆମ ଓଡ଼ିଶା ପକ୍ଷରୁ ଧୂଷୁରୀ ଠାରେ ଆଜି ଏକ ମେଗା ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରୁ ମୋଟ ୬୪୮ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି।

ଧୂଷୁରୀ ସ୍ଥିତ ପୂଜ୍ୟପୂଜା ସଂସଦ ସଭା ଗୃହରେ ଆୟୋଜିତ ଏହି ଶିବିରକୁ ଧାମନଗର ପଞ୍ଚାୟତ ସମିତିର ଅଧ୍ୟକ୍ଷ ଅଶୋକ କୁମାର ନାୟକ ଆନୁଷ୍ଠାନିକ ଭାବେ ଶିବିରର ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନୀ ଉତ୍ସବରେ ସମ୍ବାଦ-ଆମ ଓଡ଼ିଶାର ଭଦ୍ରକ ଜିଲ୍ଲା ସଂଯୋଜକ ଡ. ହରିହର ନାୟକ, ରୟାଲ କଲେଜର ନିର୍ଦ୍ଦେଶକ ରଂଜିତ କୁମାର ନାୟକ, ସମାଜସେବୀ ରାମଚନ୍ଦ୍ର ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦେବେନ୍ଦ୍ର ପୁହାଣ, ଧୂଷୁରୀ ସରପଞ୍ଚ ଜ୍ୟୋତ୍ସ୍ନାରାଣୀ ପ୍ରଧାନ, ସାମ୍ବାଦିକ କିଷାନ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe