ଗଞ୍ଜାମ ମୁସଲିମ୍‌ ସାଂସ୍କୃତିକ ସଂଘର ରକ୍ତଦାନ ଶିବିର

Advertisment

ରେକର୍ଡ ୩୦୫ ୟୁନିଟ୍‌ ସଂଗୃହୀତ

ରେକର୍ଡ ୩୦୫ ୟୁନିଟ୍‌ ସଂଗୃହୀତ

ଗଞ୍ଜାମ ମୁସଲିମ୍‌ ସାଂସ୍କୃତିକ ସଂଘର ରକ୍ତଦାନ ଶିବିର

ବ୍ରହ୍ମପୁର : ଖାଜାସାହିରେ ଗଞ୍ଜାମ ମୁସଲିମ୍‌ ସାଂସ୍କୃତିକ ସଂଘ ଓ ‘ସମ୍ବାଦ-ଆମ ଓଡ଼ିଶା’ର ମିଳିତ ଆନୁକୂଲ୍ୟରେ ଏକ ଦୁଇଦିନିଆ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଗତକାଲି ୧୦୦ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିବା ବେଳେ ଆଜି ୨୦୫ୟୁନିଟ୍‌ ରକ୍ତ ସଂଗୃହ ହୋଇଥିଲା। ଏହି ଶିବିରରେ ମୋଟ ୩୦୫ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇ ନୂତନ ରେକର୍ଡ ସୃଷ୍ଟି କରାଯାଇଛି। ସହରର ମୁସଲିମ୍‌ ସଂପ୍ରଦାୟ ତରଫରୁ ପ୍ରଥମ ଥର ପାଇଁ ଚଳିତ ବର୍ଷ ରକ୍ତଦାନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ଉତ୍ସାହର ସହିତ ବହୁ ରକ୍ତଦାତା ରକ୍ତଦାନ କରିଥିଲେ। ଆଜି ଅତିଥି ଭାବେ ବ୍ରହ୍ମପୁର ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବିଜେଡି ରାଜ୍ୟ ମହିଳା ଉପସଭାନେତ୍ରୀ ମମତା ବିଷୋୟୀ ଯୋଗ ଦେଇଥିଲେ।

ସାଂସ୍କୃତିକ ସଂଘ ସଭାପତି ଡା. ସୟଦ ଇସମାଇଲଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଶିବିରକୁ ଅନ୍ୟ ସମସ୍ତ କର୍ମକର୍ତ୍ତା ପରିଚାଳନା କରିଥିବା ବେଳେ ପ୍ରକଳ୍ପ ଅଧ୍ୟକ୍ଷ ମହମ୍ମଦ ଫିରୋଜ ସଂଯୋଜନା କରିଥିଲେ। ‘ଆମ ଓଡ଼ିଶା’ ସଂଯୋଜକ ବସନ୍ତ କୁମାର ପଣ୍ଡା ରକ୍ତଦାତାଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ବଡ଼ ମେଡିକାଲ ରକ୍ତ ଭଣ୍ଡାର କର୍ମଚାରୀ ରକ୍ତ ସଂଗ୍ରହ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe