ଲକ୍ଷ୍ମୀପୁର : ଜାତୀୟ ଯୁବ ଦିବସ ଅବସରରେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ମହାବିଦ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୋଟ ୧୧୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। ଶିବିରରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ବିରେନ୍ କୁମାର ଶତପଥୀ ଉଦଘାଟନ କରିଥିବା ବେଳେ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ରତିକାନ୍ତ ଖଟୁଆ, ଓଡିଆ ଅଧ୍ୟାପକ ଡ.କିଶୋର ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଏନ୍ଏସ୍ଏସ୍ ତଥା ଯୁବ ରେଡକ୍ରସ ପ୍ରୋଗାମ୍ ଅଧିକାରୀ ଡ. ପ୍ରକାଶ କୁମାର ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମ୍ବାଦ-ଆମ ଓଡିଶା, ଏନ୍ଏସ୍ଏସ୍ ୟୁନିଟ୍ ଓ ଯୁବରେଡ୍ କ୍ରସ୍ର ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର ହୋଇଥିଲା। ପ୍ରତିବର୍ଷ ଏହି ମହାବିଦ୍ୟାଳୟରେ ରକ୍ତଦାନ ଶିବିର ହୋଇପାରୁଛି।
ଲକ୍ଷ୍ମୀପୁର ମହାବିଦ୍ୟାଳୟରେ ୧୧୧ ୟୁନିଟ୍ ରକ୍ତ ସଂଗ୍ରହ
Advertisment
Follow Us