ସ୍ବାଭିମାନ ଦିବସରେ ରକ୍ତଦାନ, ରାଜ୍ୟର ବିଭିନ୍ନ ସ୍ଥାନରୁ ୨୪୯ ୟୁନିଟ୍‌ ସଂଗୃହୀତ

ଚୌଦ୍ବାରରେ ୧୦୧ ୟୁନିଟ୍‌ ରକ୍ତସଂଗ୍ରହ

୧୭ ବର୍ଷରେ  ୧୪୭୮୮ ଶିବିର, ୭.୪୭ଲକ୍ଷ ୟୁନିଟ୍‌ ରକ୍ତ ସଂଗ୍ରହ

କଟକ : ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀକୁ ପ୍ରତିବର୍ଷ ସାରାରାଜ୍ୟରେ ସ୍ବାଭିମାନ ଦିବସ ରୂପେ ପାଳନ କରାଯାଏ। ଚଳିତ ବର୍ଷ କରୋନା କଟକଣା କାରଣରୁ ଶ୍ରଦ୍ଧାଞ୍ଜଳି ସଭା, ସମାବେଶ ବନ୍ଦ ରହିଛି। କିନ୍ତୁ ଗ୍ରୀଷ୍ମକାଳୀନ ରକ୍ତ ଅଭାବଜନିତ ସମସ୍ୟା ଏବଂ କରୋନା ଟିକାକରଣକୁ ନେଇ ରକ୍ତଦାନରେ କଟକଣାକୁ ଦୃଷ୍ଟିରେ ରଖି ‘ ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତଦାନ କାର୍ଯ୍ୟକ୍ରମ ଜରିଆରେ ଉତ୍କଳ ଗୌରବଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। କଟକର ଚୌଦ୍ବାରଠାରେ ଉଦ୍ଧାର ଫାଉଣ୍ଡେସନ ସହଯୋଗରେ ଆୟୋଜିତ ରକ୍ତଦାନ ଶିବିରରେ ସର୍ବାଧିକ ୧୦୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବାବେଳେ ରାଜ୍ୟର ବିଭିନ୍ନ ସ୍ଥାନରୁ ମୋଟ ୨୪୯ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି।

ସୂଚନା ଅନୁସାରେ, ବାଲେଶ୍ବରର ଜଳେଶ୍ବର ସବ୍‌ଜେଲ୍‌ରେ ୩୨ ୟୁନିଟ୍, ଭଦ୍ରକର ବାସୁଦେବପୁରରେ ୪୦ ୟୁନିଟ୍, ଗଂଜାମର ଆସ୍କାରେ ୩୧ ୟୁନିଟ୍, ସୋନପୁର ଉଲୁଣ୍ଡାରେ ୨୫ ୟୁନିଟ୍ ଏବଂ ଭୁବନେଶ୍ବର ଆମ ଓଡ଼ିଶା କାର୍ଯ୍ୟାଳୟରେ ୨୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି। ରକ୍ତ ଅଭାବ ଜନିତ ସମସ୍ୟା ଦୂର ପାଇଁ ଏବଂ କରୋନା ଟିକା ନେବା ପୂର୍ବରୁ ରକ୍ତଦାନ କରି ଉଦାହରଣ ସୃଷ୍ଟି କରିଥିବା ବ୍ୟକ୍ତିବିଶେଷଙ୍କୁ ‘ସମ୍ବାଦ’ର ସଂପାଦକ ତଥା ଆମ ଓଡ଼ିଶାର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe