କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟ ଓ୍ଵଷ୍ଟ ହଷ୍ଟେଲ ଓ ‘ସମ୍ବାଦ’-ଆମ ଓଡ଼ିଶା ମିଳିତ ସହଯୋଗରେ ପ୍ରଥମ କରି ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମୋଟ ୨୬୪ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। ଶିବିରକୁ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଆଇନଜୀବୀ ଆକାଶ ଭୂୟାଁ, ଆଇନଜୀବୀ ମାନସ ନାୟକ, ଅଧ୍ୟାପକ ସେକ୍ କଲ୍ଲିମୁଲା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଛାତ୍ର ଅରଜିତ ପ୍ରସାଦ ପଶାୟତ, ଦେବାଶିଷ ତରାଇ, ଚିନ୍ମୟ କୁମାର ସାହୁ, ସଞ୍ଜୟ ପୃଷ୍ଟି, ସୁବ୍ରତ ନାୟକ, ଦିନେଶ ଚୌଧୁରୀ, ସୌମ୍ୟରଂଜନ ସ୍ୱାଇଁ, ରାକେଶ ମିଶ୍ର ପ୍ରମୁଖ ଶିବିରକୁ ପରିଚାଳନା କରିଥିଲେ।
ରେଭେନ୍ସା ଓ୍ଵଷ୍ଟ ହଷ୍ଟେଲରେ ରକ୍ତଦାନ; ୨୬୪ ୟୁନିଟ୍ ସଂଗ୍ରହ
Advertisment
Follow Us